ଉଡିଗଲା ବଳଙ୍ଗା ଥାନା ଛାତ

ପିପିଲି : ପୁରୀ ଜିଲାର ବଳଙ୍ଗା ଥାନାରେ ସୋମବାର ବିଳମ୍ବିତ ରାତିରେ ବିସ୍ଫୋରଣ ଘଟି ଥାନାରେ ବ୍ୟାପକ କ୍ଷତି ଘଟି ଥିବା ସୂଚନା ମିଳିଛି। ରାତି ସାଢେ ୧୨ ଟା ସମୟରେ ଥାନାର ମାଲଖାନା ମଧ୍ୟରେ ଏହି ବିସ୍ପୋରଣ ହୋଇଥିବା ଜଣାପଡିଛି । ଏଥିରେ ମାଲଖାନା ଛାତ ଉଡି ଯାଇଥିବା ବେଳେ ଥାନାର କାନ୍ଥ ଫାଟି ଯାଇଛି। ରାତିରେ ଡ୍ୟୁଟି କରୁଥିବା ପୁଲିସ କର୍ମଚାରୀ ଓ ଅଧିକାରୀମାନେ ଏକ ନିଶ୍ଚିତ ବିପଦରୁ ବର୍ତ୍ତୀ ଯାଇଥିବା ସୂଚନା ମିଳିଛି। ବିସ୍ପୋରଣ ଏତେ ପ୍ରଚଣ୍ଡ ଥିଲା ଯେ ଆଖାପାଖ ଅଞ୍ଚଳ ଥରି ଉଠିଥିଲା। ଥାନାର କାନ୍ଥ ଫାଟି ଯିବା ସହ ଥାନା ମଧ୍ୟରେ ଥିବା ଆସବାବ ପତ୍ର ଏଣେ ତେଣେ ଫୋପାଡି ହୋଇ ପଡିଥିଲା। ବିସ୍ପୋରଣ ପରେ ସମଗ୍ର ଅଞ୍ଚଳରେ ଆତଙ୍କ ଖେଳି ଯାଇଥିବା ବେଳେ ଆଖପାଖ ଅଞ୍ଚଳର ଲୋକେ ସେଠାରେ ଭିଡ ଜମାଇଥିଲେ। ତେବେ ମାଲଖାନା ଭିତରେ ଥିବା କୌଣସି ବିସ୍ଫୋରକ ଯୋଗୁଁ ଏଭଲି ପରିସ୍ଥିତି ସୃଷ୍ଟି ହୋଇଥିବା ସମ୍ପର୍କରେ ବଳଙ୍ଗା ଥାନା ଅଧିକାରୀ ରଶ୍ମି ରଞ୍ଜନ ପୁଷ୍ଟି ସୂଚନା ଦେଇଛନ୍ତି। କୌଣସି କାରଣରୁ ଉକ୍ତ ବିସ୍ଫୋରକ ବିସ୍ପୋରଣ ହୋଇଥିବା ପୁଲିସ ଅନୁମାନ କରୁଛି। ଏଥିରେ କୌଣସି ପୁଲିସ କର୍ମଚାରୀଙ୍କର କ୍ଷତି ଘଟି ନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *