ପୋଲିସ କରୁଛି ସାଲିସ, ପୋଲିସର ଢିଲାପଣ ପାଇଁ ଘଟିଲା ପୁଣି ଏକ ଗୋଷ୍ଠୀ ସଂଘର୍ଷ : ଅଭିଯୋଗକାରୀଙ୍କୁ ଗେଟ ଆଉଟ, ଅଭିଯୁକ୍ତଙ୍କ ସହ ସାଲିସ

ଭଦ୍ରକ : ରାଜ୍ୟ ସରକାର 5T ର ନାରାଦେଇ ଲୋକଙ୍କୁ ସହଜରେ ଓ ସୁବିଧାରେ ନ୍ୟାୟ ପ୍ରଦାନ କରିବାକୁ ନାରା ଦେଉଥିବା ବେଳେ, ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ନାୟକାଣିଡିହି ଥାନାରେ ଲାଗିରହିଛି ଜନ ଅସନ୍ତୋଷ । ଗତ ତା ୧୬/୦୪/୨୦୨୨ ରିଖ ଥାନା ଠାରୁ ମାତ୍ର ଏକ କିମି ଦୂରରେ ବଳରାମପୁର ଗ୍ରାମରେ ଜମିବାଡ଼ି ସମସ୍ୟାକୁ ନେଇ ଏକ ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିଲା । ଏନେଇ ଥାନାରେ ୬ ଜଣଙ୍କ ନାମରେ ଏତେଲା ଦାୟର କରି ଧାରା ଆଇପିସି ୨୯୪, ୩୨୩, ୩୨୪, ୩୨୫, ୩୫୪, ୫୦୬, ୩୪ ରେ ମାମଲା ରୁଜୁ କରି ପୋଲିସ ନୀରବ ରହିଲା ।

ଅଭିଯୋଗକାରୀ ଶ୍ରୀମତୀ ବର୍ଷା ରାଣୀ ଜେନା ବାରମ୍ବାର ଥାନାର ଦ୍ୱାରସ୍ଥ ହେବା ପରେ ପୋଲିସର ନିରବତା ସନ୍ଧେହ ଘେରକୁ ଆସିଥିଲା, ଯାହାକୁ ନେଇ ଗାଁ ରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଯାହାକୁ ନେଇ ୧୯/୦୪/୨୦୨୨ ରିଖରେ ଅପରପକ୍ଷ ସଂଗବଦ୍ଧ ହୋଇ ଗୋଟେ ଗୋଷ୍ଠୀ ଅନ୍ୟ ଗୋଷ୍ଠୀ ଉପରେ ଆକ୍ରମଣ କରିଥିଲା । ବର୍ତ୍ତମାନ ସୁଦ୍ଧା ପ୍ରଥମ ପକ୍ଷର ଦୁଇଜଣ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ, ଅପର ପକ୍ଷ କଟକ ବଡ଼ ମେଡ଼ିକାଲରେ ଚିକିତ୍ସିତ ହେଉଛନ୍ତି । ତେଣୁ ନାୟକାଣିଡ଼ିହି ଅଞ୍ଚଳରେ ପୋଲିସ ବିପକ୍ଷରେ ଅସନ୍ତୋଷ ପ୍ରକାଶ ପାଇଛି । ଚର୍ଚ୍ଚା ହେଉଛି ଯେ, ନାୟକାଣିଡ଼ିହି ପୋଲିସର ଅପାରଗତା ଓ ଲଞ୍ଚର ବଶବର୍ତ୍ତୀ ହୋଇ ସମସ୍ୟାଟିକୁ ଏକ ଭିନ୍ନ ମୋଡ଼ ଦେଇ ଚୁପ ବସିଛି । ଗତ କିଛି ଦିନ ତଳେ ବନ୍ଧସାହିରେ ଏମିତି ପୋଲିସର ମନମୁଖୀ କାର୍ଯ୍ୟ ପାଇଁ ମାସ ମାସ ଧରି ଉତ୍ତେଜନା ଲାଗିରହିଛି ।

Leave a Reply

Your email address will not be published. Required fields are marked *