ସିମୁଳିଆ : ବାଲେଶ୍ୱର ଜିଳ୍ଲାର ସିମୁଳିଆ ବ୍ଳକ ଅନ୍ତର୍ଗତ ଜାମୁଝାଡ଼ି ଗ୍ରାମପଂଚାୟତର ସରପଂଚଙ୍କୁ ଶୁକ୍ରବାର ଦିନ ନିଲମ୍ବନ କରାଯାଇଥିବା ଜାଣିବାକୁ ମିଳିଛି । ଏକ ପୋଖରୀ ନିଲାମରେ ଅନିୟମିତତା ଅଭିଯୋଗରେ ପ୍ରଶାସନ ଏଭଳି ପଦକ୍ଷେପ ଗ୍ରହଣ କରିଛି । ପୋଖରୀ ନିଲାମଧାରୀ ପୂର୍ବରୁ ନେଇଥିବା ନିଲାମ ବାବଦ ଅର୍ଥ ପରିଶୋଧ କରିନଥିବା ବେଳେ ପୁନଶ୍ଚ ସେହି ନିଲାମଧାରୀଙ୍କୁ ପୋଖରୀ ନିଲାମ ଦିଆଯାଇଥିଲା । ଏସମ୍ପର୍କରେ ଗତ ଡିସେମ୍ବର ମାସରେ ଏକ ଜନଶୁଣାଣୀ ଶିବିରରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସୃାମାନେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ତଦନ୍ତ କରି ପ୍ରଶାସନ ଜାମୁଝାଡ଼ି ସରପଂଚ ସସ୍ମିତା ଦାସଙ୍କୁ ତାଙ୍କ ପଦବୀରୁ ଶୁକ୍ରବାର ନିଲମ୍ବନ କରିିଥିବା ଜାଣିବାକୁ ମିଳିଛି ।
