ବାଲେଶ୍ବର ଡିଏଫଓଙ୍କ ସାବତ ଭାଇ କଣ ବାଳଙ୍ଗ ସମିଲ ଆଉ ନିଜଭାଇ କଣ ଅଞ୍ଜି ସମିଲ ମାଲିକ

ବାଲେଶ୍ବର : ବିବାଦରେ ବାଲେଶ୍ବର ଡିଏଫଓ, “ପି. ଏସ ଆନ୍ଦୋଳନ” ପୋରଟାଲରେ ଖବର ପ୍ରଶାରଣର ୨ଦିନ ପରେ ବାଳଙ୍ଗ ସମିଲ କଟାହେଲା କିନ୍ତୁ ସେଉଠୁ ମାତ୍ର କେହି ଦୁରରେ ଥିବା ଅଞ୍ଜି ସମିଲକୁ ଛାଡିଦେଇଗଲେ କାହିଁକି ? କାହା କୋଳରେ ଦୋଳି ଖେଳୁଥିଲେ ଡିଏଫଓ ଓ ଚାନ୍ଦିପୁର ରେଞ୍ଜର ? ସରକାରଙ୍କ ଦରମା ନେଇ ଏସି ରୁମରେ ବସି ନିଜର ଦାଇତ୍ବକଣ ଭୁଲି ଯାଇଛନ୍ତିକି ବଡ ବାବୁ ମାନେ ? ବାହାନଗା ବ୍ଲକ ଅଞ୍ଜି ନିକଟରେ ଦିର୍ଘଦିନ ଧରି ଚାଲିଥିବା କରତ କଳକୁ କିଏ ସୁରକ୍ଷା ଦେଉଛି ? ବାଳଙ୍ଗ ବେଆଇନ କରତ କଳଯଦି କଟା ହୋଇ ପାରିଲା ଅଞ୍ଜି କରତ କଳ କାହିଁକି କଟାଗଲାନି ବାଳଙ୍ଗ ମାଲିକ କଣ ସାବତ ଭାଇ , ଅଞ୍ଜି ମାଲିକ କଣ ନିଜ ଭାଇ ? ଲକ୍ଷଲକ୍ଷ ଟଙ୍କା ଚାନ୍ଦା ଦେଣ ନେଣ ହୋଇ ଗଣ୍ଡା ଗଣ୍ଡା କରତ କଳ ଚାଲୁଥିବା ବେଳେ ଏଇ ଟଙ୍କା କଉ ସରକାରୀ ବାବୁ ମାନଙ୍କ ପାଖକୁ ଯାଉଛି। ଏକ ଆକଳନ ଅନୁସାରେ ଦୈନିକ ଗୋଟିଏ ମିଲରେ ସର୍ବନିମ୍ନ ୧୫୦ରୁ୨୦୦ ସିଫ୍ଟ କାଠ କଟା ଯାଏ ଗୋଟେ ସିଫ୍ଟର ମୁଲ୍ୟ ୧୦୦ରୁ ୧୨୦ ଟଙ୍କା ଜଦି ସର୍ବନିମ୍ନ ୧୦୦ଟଙ୍କାବି ନିଆଯାଏ ୧୫୦ ସିଫ୍ଟକୁ ୧୫ହଜାର ଟଙ୍କା ମାସକୁ ୪ଲକ୍ଷ ୫୦ହଜାର ଜଦି ୨ଲକ୍ଷ ଖର୍ଚବି ଯିବ ଲାଭ ୨ଲକ୍ଷ ୫୦ହଜାର ଜଣେ ଆଇ ଏ ଏସ ଆଇପି ଏସଠାରୁ ଅଧିକ ଦରମା। ଏଠି କଣ ଚାଲିଛି ସରକାରୀ କର୍ମଚାରି ଦରମା ନେଇକି ଜଡାତେଲ ଲଗେଇକି ସୋଇବେ ସାମ୍ବାଦିକ ନିୟୁଜ କଲେ ଧର୍ମକୁ ଆଖିଠାର ମାରିକି କାର୍ଯ୍ୟାନୁଷ୍ଠାନ କରିବ। ସାବଧାନ ତୁମ ଚାଲାକି ଚତୁରାମିକୁ ଲୋକଙ୍କୁ ବୁଝିବାକୁ ବେସି ସମୟ ଲାଗିନି କି ଲାଗିବନି। ଯଦି ସତସାହସ ଅଛି ଅଞ୍ଜିସହ ଆଉ କତେ ବେଆଇନ କରତ କଳଅଛି ଚଢଉ କର ନହେଲେ ତୁମେ ବିକ୍ରି ହୋଇଛ ବୋଲି ଆମେ ନୁହଁ ଲୋକ କହିବେ।

Leave a Reply

Your email address will not be published. Required fields are marked *