ଜଗି ରହିଛି କୁମ୍ଭୀର

ମହାକାଳପଡା : ଗୋବରୀ ନଦୀ କୂଳରୁ ମିଳିଲା ମହିଳାଙ୍କ ମୃତଦେହ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ଥାନା ଅନ୍ତର୍ଗତ ଦେଉଳିପଡା ପଞ୍ଚାୟତ ଓଳିହା ଗାଁ ନିକଟରେ ଯାଇଥିବା ନଦୀ କୂଳରେ ମୃତଦେହ ଦେଖିବାକୁ ମିଳିଛି । ମୃତକଙ୍କ ପରିଚୟ ମିଳିନଥିବା ବେଳେ ଖବର ପାଇ ଘଟଣାସ୍ଥଳରେ ମହାକାଳପଡା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତେବେ ମୃତଦେହ ନିକଟରେ ଏକ କୁମ୍ଭୀର ଜଗି ରହିଥିବା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇପଡିଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *