ଚିକିତ୍ସା ଲାଗି ଅର୍ଥ ସାଜିଲା ବାଧକ

ନବରଙ୍ଗପୁର, ମା’ର ଆଶା ଥିଲା ପୁଅ ବଡ଼ ହେବ, ଜୀବନ ସନ୍ଧ୍ୟାରେ ସାହା ହେବ। କିନ୍ତୁ ବିଧି ର ବିଧାନ କିଛି ଅଲଗା ଥିଲା ଯେଉଁ ହାତ ଧରି ମାଁ ବୃଦ୍ଧା ସମୟରେ ଚାଲିବାର ସ୍ବପ୍ନ ଦେଖିଥିଲା। ସେ ମା’ ର ସ୍ବପ୍ନ ଆଜି ଧୂଳିସାତ ହୋଇ ଯାଇଛି। ସାହାରା ଦେବା ହାତ ଆଜି ସହାୟତା ମାଗୁଛି କ୍ଷ ଯୁବକ ଜଣକର ମାନସିକ ବିକୃତି ଯୋଗୁଁ ଦୀର୍ଘ ସାତ ବର୍ଷ ହେଲା ଶିଙ୍କୁଳି ରେ ବନ୍ଧା ହୋଇ ଜୀବନ ବିତୁଛି କ୍ଷ ହାତ ଓ ଗୋଡ ଶିଙ୍କୁଳିରେ ବନ୍ଧା ହୋଇଛି କ୍ଷ ଶିଙ୍କୁଳି ଖୋଲିଦେଲେ ଗାଁ ଛାଡି ଚାଲିଯିବା ସହ ଅନ୍ୟମାନଙ୍କୁ ଆକ୍ରମଣ କରିବାର ଭୟ ରହିଥିବାରୁ “ଭତ୍ରା ପରିବାର ” ପୁଅର ଦୁଇ ହାତ ଓ ଗୋଡ ଶିଙ୍କୁଳି ରେ ବାନ୍ଧି ଦେଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ପିତାକୁମୁଲି ଗ୍ରାମର ଦଇନୁ ଭତ୍ରା ନିକଟରେ କ୍ଷ ଯୌବନ ବୟସରେ ଶିକୁଳିରେ ବନ୍ଧା ପଡିଥିଲା ବେଳେ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ।
ନନ୍ଦାହାଣ୍ଡି ବ୍ଲକ ପିତାକୁମୁଲି ଗ୍ରାମର ଦଇନୁ ଭତରା, ବୟସ ୩୦ବର୍ଷ କ୍ଷ ଦଇନୁ ଙ୍କ ହାତ ଗୋଡ଼ରେ ଶିକୁଳି ବନ୍ଧା ହୋଇ ରାସ୍ତାରେ ଧୀରେ ଧୀରେ ଚାଲୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଯେଉଁ ବୟସରେ ଅନ୍ୟ ର ସହାୟ ହେବା କଥା ଅନ୍ୟ ମାନେ ଦଇନୁ କୁ ସାହାଯ୍ୟ କରୁଛନ୍ତି। ଦଇନୁ ପିଲା ବେଳରୁ ଏମିତି ମାନସିକ ଭିନ୍ନକ୍ଷମ ନଥିଲେ ପ୍ରାୟ ସାତ ବର୍ଷ ପୂର୍ବେ ହଟାତ ମାନସିକ ବିକୃତି ଦେଖା ଯାଇଥିଲା। ପରିବାର ଲୋକ ଯଥା ସମ୍ଭବ ଚିକିତ୍ସା କରାଇଲେ କ୍ଷ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଓ ପରେ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ରେ ଚିକିତ୍ସା କରାଇଲେ । ଏତିକିରେ ଦୁଇ ଏକର ଜମି ବନ୍ଧା ପଡ଼ିବା ସହ ବୃଦ୍ଧା ମା ଙ୍କ ସୁନା ଗହଣା ବିକ୍ରି ହୋଇ ଗଲା ଆଉ ଅର୍ଥ ନଥିବା ଯୋଗୁଁ ଚିକିତ୍ସା ହୋଇ ପାରିଲା ନାହିଁ ବୋଲି କହିଛନ୍ତି ପରିବାର ଲୋକ । ଦଇନୁର ମାନସିକ ବିକୃତି ଏତେ ମାତ୍ରାରେ ବଢିଗଲା ଜେ ବାହାର ଲୋକଙ୍କୁ ଦେଖିଲେ ବାଡେଇ ବାକୁ ଯାଉଥିଲା ଏବଂ ଗାଁ ଦାଣ୍ଡରେ ଲୋକଙ୍କୁ ମାରପୀଟ କରୁଥିବା ହେତୁ ପରିବାର ଲୋକେ ଦଇନୁ କୁ ଶିକୁଳିରେ ହାତ ଗୋଡ଼ ବାନ୍ଧି ଘରେ ରଖିବାକୁ ବାଧ୍ୟ ହେଲେ।

Leave a Reply

Your email address will not be published. Required fields are marked *