ଜାତୀୟ ରାଜପଥ କଡରୁ ୨ ମୃତଦେହ,ହତ୍ୟା ନା ଦୁର୍ଘଟଣା ?

ଯାଜପୁର ରୋଡ ୦୩।୦୯ :   ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ମିର୍ଜାପୁର ନିକଟ ୧୬ ନଂ ଜାତୀୟ ରାଜପଥ କଡ଼ରେ ପଡିଛି ୨ ମୃତଦେହ । ରାସ୍ତା କଡରୁ  ୨ ଜଣ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି।

ଏମାନଙ୍କୁ ହତ୍ୟା କରାଯାଇଛି ନା ଏହା ଦୁର୍ଘଟଣା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ସନ୍ଦେହ କରାଯାଉଛି। ତେବେ ମୃତଦେହ ଉଦ୍ଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । ମୃତଦେହ ନିକଟରେ ଏକ ବାଇକ୍ ପଡ଼ିଥିବା ଦେଖିବାକୁ ମିଳିଛି। ମୃତକଙ୍କ ପରିଚୟ ମିଳିପାରି ନାହିଁ।

ଶୁକ୍ରବାର ସକାଳେ ସ୍ଥାନୀୟ ଲୋକେ ୨ଟି ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ। ପରେ ପାଣିକୋଇଲି ପୋଲିସକୁ ଏନେଇ ଖବର ଦେଇଥିଲେ। ଖବର ପାଇ ପାଣିକୋଇଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି  ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *