ମୁନିଗୁଡା, : ପ୍ରେମ ବିବାହ କଲେ । ବିବାହ ପରେ ସ୍ତ୍ରୀକୁ ଆନ୍ଧ୍ରପ୍ରଦେଶରେ ଛାଡି ଚାଲି ଆସିଲେ ଯୁବକ । ହତାଶ ପତ୍ନୀ ଖୋଜି ଖୋଜି ଆସି ରାୟଗଡା ବିଷମ କଟକରେ ସ୍ୱାମୀକୁ ଠାବ କରିଛି । ଏହାସହ ପିଟିପିଟି ପୋଲିସ ନିକଟରେ ହାଜର କରିଛି ।
ସୂଚନାନୁସାରେ, ବିଷମକଟକ ଥାନା କାଙ୍କୁବାଡ଼ି ଗ୍ରାମରେ ରୁହନ୍ତି ସୁମନ କୁସୁଳିଆ । ସେ ଆନ୍ଧ୍ର ପ୍ରଦେଶର ଭିମାବରମ ଠାରେ ଏକ ଚିଙ୍ଗୁଡ଼ି ଫାର୍ମରେ କାମ କରୁଥିଲେ । ସେଠାରେ ତାଙ୍କର ପାଡେରୁ ଗ୍ରାମର ବେଳସୁରୁ କୁମାରୀଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ଧିରେଧିରେ ସମ୍ପର୍କ ନିବିଡ଼ ହେବାରୁ ଦୁହେଁ ଏକ ମନ୍ଦିରରେ ବିବାହ କରିଥିଲେ । ତିନି ମାସ ଏକାଠି ରହିବା ପରେ ସୁମନ କୁମାରୀକୁ ଛାଡି ଗାଁକୁ ଚାଲି ଆସିଥିଲେ । ସେଦିନ ଠାରୁ କୁମାରୀ ସୁମନଙ୍କୁ ଖୋଜି ବୁଲୁଥିଲେ । ତେବେ ସୁମନ ବିଷମକଟକ ଅଟୋ ଚଳାଉଥିବା ଜାଣି ପାରି ଏଠାକୁ ଆସି ନିର୍ଦ୍ଧୁମ ପିଟିବା ସହ ଥାନାରେ ହାଜର କରିଥିଲେ ।
