ନାବାଳିକାଙ୍କୁ ଅପହରଣ କରିନେଇଥିଲେ ଟ୍ୟୁସନ ଶିକ୍ଷକ

ବାଲିଗୁଡା : ଗୁରୁଙ୍କ ନାଁରେ କଳଙ୍କ । ଟ୍ୟୁସନ ଛାତ୍ରୀଙ୍କୁ ଅପହରଣ କରି ଜେଲ୍ ଗଲେ ଶିକ୍ଷକ । ଏହିଭଳି ଅଭାବନୀୟ ଘଟଣା ଘଟିଛି ଦାରିଙ୍ଗବାଡିରେ । ଅପହୃତ ନାବାଳିକାଙ୍କୁ ଉଦ୍ଧାର କରି ଦାରିଙ୍ଗବାଡି ପୋଲିସ କୋର୍ଟ ଚାଲାଣ କରିଛି ।

ସୂଚନାଯୋଗ୍ୟ ଯେ, ଗତ ୧୮ ତାରିଖ ଦିନ ଦାରିଙ୍ଗବାଡି ଥାନା ଗ୍ରୀନବାଡ଼ି ଗାଁର ସରିଫ ଡିଗାଲ ନାମକ ଜଣେ ଟ୍ୟୁସନ ଶିକ୍ଷକ ଜଣେ ନାବାଳିକାକୁ ବିଭିନ୍ନ ପ୍ରଲୋଭନ ଦେଖାଇ ପ୍ରେମଜାଲରେ ଫସାଇ ଅପହରଣ କରିନେଇଥିବା ନେଇ ଦାରିଙ୍ଗବାଡି ଥାନାରେ ଅଭିଯୋଗ ହୋଇଥିଲା ଏନେଇ ଦାରିଙ୍ଗବାଡି ଥାନାରେ ପରିବାର ଲୋକେ ଲିଖିତ ଅଭିଯୋଗ କରିଥିଲେ ଦାରିଙ୍ଗବାଡି ଥାନା ପୋଲିସ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା  ଏବଂ ବିଭିନ୍ନ ଅଞ୍ଚଳରେ ଖୋଜାଖୋଜି ପରେ କୋରାପୁଟ ଦାମନଯୋଡି ଅଞ୍ଚଳରୁ ପୋଲିସ ନାବାଳିକାଙ୍କୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ରସିକିଆ ଟ୍ୟୁସନ ଶିକ୍ଷକଙ୍କୁ ଗିରଫ କରିଥିଲା । ଦାମନଯୋଡିରେ ଉଭୟେ ସ୍ବାମୀ-ସ୍ତ୍ରୀର ପରିଚୟ ଦେଇ ରହୁଥିଲେ । ଥାନା ଅଧିକାରୀ କୌଶିକ ମାଝୀଙ୍କ ନେତୃତ୍ବରେ ଏସଆଇ ସୌମ୍ୟରଞ୍ଜନ ପଣ୍ଡା ଏହାର ନେତୃତ୍ବ ନେଇଥିଲେ ।

Leave a Reply

Your email address will not be published. Required fields are marked *