ପାଟଣା, : କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ତୋଣ୍ଡ ବିଟ ଅନ୍ତର୍ଗତ ରୋହଣୀଦୁମା ନିକଟରୁ ବିପୁଳ ପରିମାଣର କାଠ ପଟ୍ଟା ଜବତ । ଶନିବାର ରାତିରେ ଏକ ଶାଳ ପଟ୍ଟା ବୋଝେଇ ପିକଅପ୍ ଭ୍ୟାନକୁ ବନ ବିଭାଗ ଜବତ କରିଛି।
ଭ୍ୟାନରୁ ୩୮ ଟି ଶାଳ ପଟ୍ଟା ଜବତ ହୋଇଥିବା ବେଳେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ଜବତ କାଠର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ ସୂଚନା ଦେଇଛନ୍ତି।
ଏହି ଚଢ଼ଉରେ ପାଟଣା ରେଞ୍ଜର ଟିକେଶ୍ୱର ମହାନ୍ତ ତୋଣ୍ଡ ବିଟର ବନରକ୍ଷୀ ପ୍ରଯୁକ୍ତା ଜେନାଙ୍କ ସମେତ ଅନ୍ୟ କର୍ମଚାରୀ ସାମିଲ ଥିଲେ।
