ହତ୍ୟାକଲା ୨୦ ବର୍ଷର ଯୁବକ

ଚଣ୍ଡିଗଡ: ହିରଆଣାର ରୋହତକରେ ନିଜ ବାପା, ମା’, ଭଉଣୀଙ୍କ ସମେତ ପରିବାରର ୪ ଜଣ ସଦସ୍ୟଙ୍କୁ ଗୁଳିକରି ହତ୍ୟା କରିଛି ଜଣେ ୨୦ ବର୍ଷ ବୟସ୍କ ଯୁବକ। ତେବେ ଏହାପରେ ପୁଲିସ ତଦନ୍ତ କରି ଉକ୍ତ ଯୁବକକୁ ଗିରଫ କରିଥିବା ଜଣାଯାଇଛି। ରାଜ୍ୟରେ ଜଣେ ଅଧିକାରୀ କହିଛନ୍ତି, ଅଗଷ୍ଟ ୨୭ ତାରିଖରେ ଏହି ଘଟଣା ଘଟିଛି। ୪୫ ବର୍ଷ ବୟସ୍କ ଜଣେ ଜମିବାଡି ଡିଲର, ତାଙ୍କ ପତ୍ନୀ, ତାଙ୍କ ଶାଶୁ, ୧୯ ବର୍ଷର ଝିଅ ଏବଂ ଅନ୍ୟମାନେ ଘରେ ଥିବାବେଳେ ତାଙ୍କର ୨୦ ବର୍ଷ ବୟସ୍କ ପୁଅ ଏଭଳି ନାରକୀୟ କାଣ୍ଡ ଘଟାଇଥିଲା। ସେ ଆଖିବୁଜା ଗୁଳିଚଳାଇବାରୁ ଘଟଣାସ୍ଥଳରେ ଯୁବକଙ୍କ ବାପା ତଥା ଜମିବାଡି ଡିଲର, ତାଙ୍କ ପତ୍ନୀ ଏବଂ ଶାଶୁଙ୍କର ମୃତ୍ୟୁ ଘଟିଥିବାବେଳେ ୧୯ ବର୍ଷ ଝିଅ ହସପିଟାଲରେ ପ୍ରାଣ ହରାଇଥିଲା। ପୁଲିସ ଘଟଣା ସମ୍ପର୍କରେ ତଦନ୍ତ କରି ଯୁବକ ଜଣକ ମୁଖ୍ୟ ଅଭିଯୁକ୍ତ ବୋଲି ଜାଣିବା ପରେ ତାକୁ ଗିରଫ କରିଛି। ରୋହତକ ପୁଲିସ ଅଧୀକ୍ଷକ ରାହୁଲ ଶର୍ମା କହିଛନ୍ତି, ମଙ୍ଗଳବାର ସଂଧ୍ୟାରେ ଏହି ଅଭିଯୁକ୍ତ ଯୁବକ ଅଭିଷେକକୁ ଗିରଫ କରାଯାଇଛି। ଏଥିରେ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି, ସେ ସମ୍ପର୍କରେ ତଦନ୍ତ କରାଯାଉଥିବା ପୁଲିସ ଅଧିକାରୀ କହିଛନ୍ତି। ତେବେ ହତ୍ୟାର ନିର୍ଦ୍ଦିଷ୍ଟ କାରଣ ଜାଣିବାକୁ ପୁଲି ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *