ଯାଜପୁର : ରୋଗୀଙ୍କୁ ଇଞ୍ଜେକ୍ସନ ଦେଉଛନ୍ତି ଝାଡୁଦାର । ଏଭଳି ଏକ ଚିତ୍ର ଆସିଛି ଯାଜପୁର ଜିଲ୍ଲାର କୋରେଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ । ରୋଗୀଙ୍କୁ ଇଞ୍ଜେକ୍ସନ୍ ଦେଉଛନ୍ତି ଜଣେ ଝାଡୁଦାର । ଝାଡୁଦାର ଜଣଙ୍କ ଛୋଟ ପିଲାକୁ ଏହି ଇଞ୍ଜେକ୍ସନ ଦେଉଛନ୍ତି ଏବଂ ପିଲାଟିକୁ ତାର ମା’ ଧରିଥିବାର ନଜର ଆସିଛି ।
ଅନ୍ୟ ରୋଗୀମାନେ ମଧ୍ୟ ଧାଡିରେ ଠିଆ ହୋଇଛନ୍ତି । ଯାହାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି l ଜଣେ ଅନଭିଜ୍ଞଙ୍କ ହାତରେ ଇଞ୍ଜେକ୍ସନ ଯାହା ସ୍ଥାନୀୟ ଅଞ୍ଚଳବାସୀଙ୍କୁ ଚକିତ କରିବା ସହ ରୋଗୀଙ୍କ ଜୀବନ ପ୍ରତି ବି ବିପଦ ସୃଷ୍ଟି କରୁଛି ।
ତେବେ ଏହି ଡାକ୍ତରଖାନା ଉପରେ ପ୍ରତ୍ୟେକ ଦିନ ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରୁଥିବା ବେଳେ ଏଭଳି ଭାବେ ଜଣେ ଝାଡୁଦାର ରୋଗୀଙ୍କୁ ଇଞ୍ଜେକ୍ସନ ଦେବା ଘଟଣା ଉକ୍ତ ମେଡିକାଲ ସ୍ୱାସ୍ଥ୍ୟସେବା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି l
