ବଦଳି ପରେ ଟେଣ୍ଟେଇ ବିଦ୍ୟାଳୟର ଶିକ୍ଷକଙ୍କ ରାଜନୀତି, ସ୍କୁଲରେ ତାଲା

ସୋର : ଶିକ୍ଷକଙ୍କ ରାଜନୀତିରେ ତେଣ୍ଟେଇ ନୋଡାଲ ବିଦ୍ୟାଳୟ ବଦନାମ । ଧାରଣାରେ କୋମଳମତି ଛାତ୍ରଛାତ୍ରୀ । ଶିକ୍ଷାଦାନ ବାଧାପ୍ରାପ୍ତ । ବଦଳି ପରେ ବି ସ୍କୁଲରେ ରହିବାକୁ ହାଇଁ ପାଇଁ ସହକାରୀ ଶିକ୍ଷକ ବିଜୟ ବିଶ୍ବାଳ । ଗ୍ରାମବାସୀଙ୍କ ସଙ୍ଗିନ ଅଭିଯୋଗ, ଚାକିରି କମ ରାଜନୀତି କରୁଥିଲେ ମାଷ୍ଟ୍ରେ । ସେପଟେ ଛାତ୍ରଛାତ୍ରୀ କହିଲେ ପାଠ ପଢେଇବା ବେଳେ ସାରେ ମୋବାଇଲରେ ଗପୁଥିଲେ ।

ସୋର ବ୍ଲକ ତେଣ୍ଟେଇ ପଞ୍ଚାୟତ ଭିକାରି ଚରଣ ସରକାରୀ ନୋଡାଲ ବିଦ୍ୟାଳୟରେ ବିଜୟ ବିଶ୍ବାଳ ନାମକ ଜଣେ ସହକାରୀ ଶିକ୍ଷକଙ୍କୁ ଦହିପୁର ନୂଆପୁର ସ୍କୁଲକୁ ବଦଳି କରାଯାଇଥିଲା । ତେବେ ଏଇ ବଦଳି ପରେ ବି ଶିକ୍ଷକ ସ୍କୁଲ ଛାଡିନଥିଲେ । ଗ୍ରାମବାସୀଙ୍କ ଅଭିଯୋଗ ମୂଳେ ବଦଳି ଶିକ୍ଷକ ବିଜୟଙ୍କ ଘର ଷୋଳଗାଁରେ ହୋଇଥିବା ବେଳେ ସେ ଘରପାଖ ବିଦ୍ୟାଳୟ ତେଣ୍ଟେଇ ସ୍କୁଲ ଛାଡି ଯିବାକୁ ଚାହୁଁନଥିଲେ । ଏପଟେ ଆଜି ସକାଳେ ବିଦ୍ୟାଳୟ ସମ୍ମୁଖରେ ଶିକ୍ଷକଙ୍କ ସପକ୍ଷରେ ଓ ବିପକ୍ଷରେ ଛାତ୍ରଛାତ୍ରୀ ଧାରଣାରେ ବସିଥିବା ବେଳେ ପାଠପଢା ବନ୍ଦ ହୋଇଛି । ଯାହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ହୋଇଥିବା ବେଳେ ତୁରନ୍ତ ବିଦ୍ୟାଳୟରେ ପାଠପଢା ଆରମ୍ଭ କରିବାକୁ ଦାବି କରିଛନ୍ତି । ଅନ୍ୟପଟେ କିଛି ଅସାମାଜିକ ଯୁବକ ଛାତ୍ରଛାତ୍ରୀମାନଙ୍କୁ ପ୍ରଭାବିତ କରି ବିଦ୍ୟାଳୟର ସଇଖିକ ପରିବେଶକୁ ନଷ୍ଟ କରାଯାଉଥିବା ସ୍ଥାନୀୟ ଶିକ୍ଷାବିତ କହିଛନ୍ତି ।

Leave a Reply

Your email address will not be published. Required fields are marked *