ଏକର ଏକର ଗଞ୍ଜେଇ ଚାଷ ନଷ୍ଟ

ଲମତାପୁଟ : କୋରାପୁଟ ପୋଲିସ  ୨୨ ଏକରରେ ଚାଷ ହୋଇଥିବା ୨୬ ହଜାର ୪ ଶହ ଗଞ୍ଜେଇ ଗଛ ନଷ୍ଟ କରିଛି । ଏପରି ଭାବେ ପୋଲିସ ଗଞ୍ଜେଇ  ଚୋରା ଚାଲାଣ ରୋକିବା ପାଇଁ  ବଡ ପଦକ୍ଷେପ ନେଇଛି ।  ମାଓ ପ୍ରଭାବିତ ଅଞ୍ଚଳ ଗୁଡିକରେ ଗଞ୍ଜେଇ ଚାଷ ନଷ୍ଟ କରିବା ପାଇଁ ନୂଆ ରଣନୀତି ପ୍ରସ୍ତୁତ କରି ଗଞ୍ଜେଇ ଚାଷ ନଷ୍ଟ କରୁଛନ୍ତି ସୁରକ୍ଷା ବାହିନୀ । ଶୁକ୍ରବାର ସୁରକ୍ଷାକର୍ମୀମାନେ ପାଡୁଆ ଥାନା ଅନ୍ତର୍ଗତ  ମାଓ ପ୍ରଭାବିତ ଆନ୍ଧ୍ର ସୀମାନ୍ତବର୍ତୀ ଖୁଡା ଏବଂ ଖୁଡ଼ୁବୁ ଗ୍ରାମ ନିକଟ ଜଙ୍ଗଲରେ  ଅପରେସନ ଗ୍ରୀନ କ୍ଳିନ୍  ଆରମ୍ଭ କରିଛନ୍ତି । ଏହି ଅଞ୍ଚଳରେ ଯୁଆଡେ ଆଖି ବୁଲାଇଲେ ହେକ୍ଟର ହେକ୍ଟର ଗଞ୍ଜେଇ ଚାଷ କରିଛନ୍ତି ମାଫିଆ । ପୋଲିସ ଗଞ୍ଜେଇ ଗଛ କାଟି କାଟି ଥକି ଯାଇଥିଲେ ବି ସମ୍ପୂର୍ଣ ନଷ୍ଟ କରି ପାରିନାହିଁ । ଏହି ଅଞ୍ଚଳରେ ଲଗାତର ଅପରେସନ ଜାରି ରହିବ ବୋଲି ପୋଲିସ ସୂଚନା ଦେଇଛି । ଏବେସୁଦ୍ଧା ପାଡୁଆ, କୋରାପୁଟ ପୋଲିସ, ଡି.ବି.ଏଫ, ଅବକାରୀ, ବନବିଭାଗ ଏବଂ ଏଗଜ୍ୟୁକେଟିବ ମାଜିଷ୍ଟେଡଙ୍କ ଉପସ୍ଥିତିରେ ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇ ସାରିଲାଣି । ସୀମାନ୍ତବର୍ତ୍ତୀ ଗ୍ରାମଗୁଡ଼ିକ ମାଓ ପ୍ରଭାବିତ ଅଞ୍ଚଳ ହୋଇଥିବାରୁ କଡା ସୁରକ୍ଷାକୁ ଦୃଷ୍ଟିରେ ରଖି ବମ୍ ସ୍କ୍ୱାର୍ଡ ଓ  ବିପୁଳ ଫୋର୍ସ ମୁତୟନ କରାଯାଇ ଅପରେସନ୍ ଚାଲୁଛି ।

Leave a Reply

Your email address will not be published. Required fields are marked *