ଲୁଟ୍ ର ଶିକାର ହେଲେ ଜୁଏଲାରୀ ଦୋକାନ ମାଲିକ

ମହାକାଳପଡା : ଆକ୍ରମଣ କରି ଲୁଟି ନେଲେ ସୁନା ଅଳଙ୍କାର । ଲୁଟ୍ ର ଶିକାର ହେଲେ ଜୁଏଲାରୀ ଦୋକାନ ମାଲିକ । କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକର ଜମ୍ବୁ ସାମୁଦ୍ରିକ ଥାନା ଅଞ୍ଚଳରେ ଘଟିଛି ଏହି ଲୁଟ୍ ଘଟଣା । ସୂଚନାଯୋଗ୍ୟ ଯେ, କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ୍ ଜମ୍ବୁ ସାମୁଦ୍ରିକ ଥାନା ଅନ୍ତର୍ଗତ ରାମନଗର ବଜାରରେ ଥିବା ଘୋଷ ଜୁଏଲାରୀ ଦୋକାନୀ ମାଲିକ ତାପସ ଘୋଷ ଲୁଟ୍ ର ଶିକାର ହୋଇଛନ୍ତି । ବୁଧବାର ରାତିରେ ସ୍କୁଟି ଯୋଗେ ଘରକୁ ଫେରୁଥିବା ବେଳେ ସତସଙ୍ଗ ମନ୍ଦିର ନିକଟରେ ଆକ୍ରମଣ ହୋଇଥିଲା । ପଛରୁ କଳା ପଲସର ଗାଡିରେ ତିନ ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରି ୧୦୦ ଗ୍ରାମରୁ ଅଧିକ ସୁନା ଅଳଙ୍କାର ଲୁଟି ନେଇ ଫେରାର ହୋଇଯାଇଛନ୍ତି । ଏ ନେଇ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *