ଖରାର ତାତି ଠାରୁ ଅଧିକ ବାଧୁଛି ବିଦ୍ୟୁତ କାଟ ନୀତି, ମିଛ ବାହାସ୍ପଟ ମାରୁଛନ୍ତି ରାଜ୍ୟ ସରକାର

ଭଦ୍ରକ : ଦିନକୁ ଦିନ ବଢ଼ିଚାଲିଛି ତାପମାତ୍ରା, ଅସହ୍ୟ ହେଉଛି ଗରମ l ଗାଁ ଠାରୁ ସହର ସବୁଠି ଗ୍ରୀଷ୍ମ ପ୍ରବାହ ଜାରି l ଏହାରି ମଧ୍ୟରେ ମାଟ୍ରିକ ପରୀକ୍ଷା ମଧ୍ୟ ଚାଲୁ ରହିଛି l ରାଜ୍ୟ ସରକାର ବୈଠକ ଡାକି ସୂଚନା ଦେଲେ ପିଲାଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ବିଦ୍ୟୁତ ସରବରାହ ଠିକ ଭାବରେ ଜାରି ରଖିବାକୁ ନିର୍ଦେଶ ଦେଇଥିଲେ l ହେଲେ ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଯେମିତି ଭାବରେ ଅଘୋଷିତ ବିଦ୍ୟୁତ କାଟ ହେଉଛି ତାହା ଦେଖିଲେ ଲାଗୁଚି ବିଦ୍ୟୁତ କମ୍ପାନୀ ଉପଭୋକ୍ତା ସହ ଲୁଚକାଳି ଖେଳ ଖେଳୁଛି l ଦିନରେ ଅନେକ ସମୟରେ ବିଦ୍ୟୁତ କାଟ ହେଉଥିବା ବେଳେ ରାତିରେ ଯେମିତି ଭାବରେ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ ହେଉଛି ଲାଗୁଚି ଯେମିତି ବିଦ୍ୟୁତ କମ୍ପାନୀ ଓ ଇନୋଭେଟର କମ୍ପାନୀ ମଧ୍ୟରେ ଗୋଟେ ବଡ଼ ଡିଲ ହୋଇଛି l ସାଧାରଣ ଲୋକଟିଏ ବାଧ୍ୟ ହୋଇ ରାତିରେ ଫାଙ୍କା ସ୍ଥାନରେ ଶୋଇବା ସହିତ ଦିନରେ ଅଂଶୁଘାତର ସମ୍ଭାବନା ମଧ୍ୟ ରହୁଛି l

Leave a Reply

Your email address will not be published. Required fields are marked *