ଛତିଶଗଡ : ମାଓଗଡ଼ରେ ଏୟାର ଆଟାକ୍ । ଏପ୍ରିଲ ୧୪ ଓ ୧୫ ତାରିଖରେ ନକ୍ସଲଙ୍କ ଶିବିର ଉପରେ ବୋମାବର୍ଷା ହୋଇଥିବା ଜଣାପଡିଛି । ଦୁଇ ଦିନରେ ପ୍ରାୟ ୨ ଘଣ୍ଟା ଧରି ଚାଲିଥିଲା ଅପରେସନ । ଏଥିରେ ଆକାଶମାର୍ଗରୁ ୫୦ ରୁ ଅଧିକ ବୋମା ପକାଯାଇଥିଲା ।
ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ଦଣ୍ଡକାରଣ୍ୟର ସ୍ୱତନ୍ତ୍ର ମାଓ ଜୋନାଲ କମିଟିର ଅଧ୍ୟକ୍ଷ । ଛତିଶଗଡ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏ ଥିଲା ମିଳିତ ଅପରେସନ । ସୂଚନା ଅନୁସାରେ କିଟମ୍, ରାସମ, ଏରାମ, ସକିଲେର, ମାଡପା, ଦୁଲେଡ, କୋଟାମାର୍କା ପରି ଅଞ୍ଚଳରେ ହୋଇଛି ଆକ୍ସନ । ଯାହାକୁ ନେଇ ଭୟଭୀତ ମାଓ ସଂଗଠନ ।
ତେବେ ଏହି ବୋମାମାଡ଼ରେ ମାଓ ସଂଗଠନର କ୍ଷତି ସଂପର୍କରେ ସ୍ପଷ୍ଟ ସୂଚନା ମିଳିପାରିନି । ଅନ୍ୟପଟେ ସ୍ଥାନୀୟ ଗ୍ରାମବାସୀମାନେ ଭୟଭୀତ ରହିଛନ୍ତି ।
