ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ, ପୁଲିସ ଇନଫର୍ମର ସନ୍ଦେହରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ହତ୍ୟା

ମାଲକାନଗିରି : ପୁଣି ମାଓବାଦୀଙ୍କ ବର୍ବର କାଣ୍ଡ । ପୁଲିସ ଇନଫର୍ମର ସନ୍ଦେହରେ ଜଣେ ମହିଳାଙ୍କ ସମେତ ୩ ଜଣଙ୍କୁ ମାଓବାଦୀମାନେ ପ୍ରଜାକୋର୍ଟରେ ହତ୍ୟା କରିଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାର ଇଡନାର ଗାଁ ନିକଟରେ ମାଓବାଦୀଙ୍କ ପ୍ରଜାକୋର୍ଟରେ ଏହି ୩ ଜଣଙ୍କୁ ହତ୍ୟା କରିଛନ୍ତି ମାଓବାଦୀ । ମୃତକଙ୍କ ମଧ୍ୟରେ ଜଣେ ମହିଳା ଏବଂ ଦୁଇ ଜଣ ପୁରୁଷ ଅଛନ୍ତି । ମୃତ ମହିଳାଙ୍କ ନାଁ ମାଙ୍ଗୀ ଏବଂ ଦୁଇ ପୁରୁଷ ହେଲେ କାମୁଲୁ ଓ ପୁନେମ । ଏହି ଘଟଣା ପରେ ପୁଲିସ ପକ୍ଷରୁ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଆରକ୍ଷୀ ଅଧୀକ୍ଷକ କମଲଲୋଚନ କାଶ୍ୟପ ।

Leave a Reply

Your email address will not be published. Required fields are marked *