ବରଗଡ଼ : ବରଗଡ ଜିଲ୍ଲା ବିଜେପୁର ବିଡ଼ିଓ ପଦ୍ମନାଭ ସାମନ୍ତରାୟ ଭିଜିଲାନ୍ସ ଜାଲରେ । ୩ ଲକ୍ଷ ୫୧ ହଜାର ଟଙ୍କା ନେଇ ଯାଇଥିବା ବେଳେ ଧରିଛି ସୋନପୁର ଭିଜିଲାନ୍ସ ଟିମ । ପଦ୍ମନାଭ ବିଜେପୁରରୁ ଭୁବନେଶ୍ୱର ଯାଉଥିବା ବେଳେ ମାଡିବସିଥିଲା ଭିଜିଲାନ୍ସ ।ପରେ ବିଡ଼ିଓଙ୍କୁ ସୋନପୁର ଭିଜିଲାନ୍ସ ଟିମ ତାଙ୍କ ଅଫିସକୁ ଆଣି ପଚରାଉଚରା କରୁଛି । ତେବେ କେଉଁ ପରିସ୍ଥିତିରେ ସେ ଏତେ ଟଙ୍କା ନେଇ ଯାଉଥିଲେ ସେନେଇ ତଦନ୍ତ ଚାଲିଛି I ଏହି ଚଢ଼ାଉରେ ସୋନପୁର ଭିଜିଲାନ୍ସ ଏବଂ ସମ୍ବଲପୁର ଡିଭିଜନ ଟିମ ସାମିଲ ଥିଲେ ।
