ପୁରୀ ସହରକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ

ପୁରୀ : ପୁରୀ ସହରକୁ ଫେରିଲା ମାଇକ୍ରୋ କଣ୍ଟେନମେଣ୍ଟ । ପୁରୀରେ ୩ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ଫେରିଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ । ପୁରୀ ବେଳାଭୂମୀ ମାର୍ଗରେ ଥିବା ସୋନା ଇଣ୍ଟରନ୍ୟାସନାଲ ହୋଟେଲରୁ ବାହାରିଲେ ୩ ଓମିକ୍ରନ ସଂକ୍ରମିତ । ଜଣେ ହୋଟେଲ ବୟ, ଜଣେ ଆଟେଣ୍ଡାଣ୍ଟ ସହ ଜଣେ ପର୍ଯ୍ୟଟକ । ରବିବାର ଚିହ୍ନଟ ହେବା ପରେ ସେମାନଙ୍କୁ ଆଇସୋଲେସନକୁ ନେବା ସହ ଦିଆଯାଉଛି ଚିକିତ୍ସା । କଣ୍ଟାକ୍ଟ ଟ୍ରେସିଂ ମଧ୍ୟ କରାଯାଉଛି । ସେପଟେ ସୋନା ଇଣ୍ଟରନ୍ୟାସନାଲ ହୋଟେଲ ସହ ଆଖପାଖ ଅଞ୍ଚଳକୁ ଘୋଷଣା କରାଯାଇଛି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍ । ମାତ୍ର ଏହି କଣ୍ଟେନମେଣ୍ଟ ଘୋଷଣାକୁ ଫୁ କରିଦେଇଛି ହୋଟେଲ କର୍ତ୍ତୃପକ୍ଷ । ହୋଟେଲରେ ଏବେ ବି ରହିଛନ୍ତି ପର୍ଯ୍ୟଟକ ।  ହୋଟେଲ ଆଖପାଖ ଅଞ୍ଚଳକୁ ମଧ୍ୟ ସିଲ୍ କରାଯାଇନାହିଁ ।

Leave a Reply

Your email address will not be published. Required fields are marked *