ସୋର : ନବିନ ପଟ୍ଟନାୟକଙ୍କ ସରକାରରେ ସରକାରୀ କର୍ମଚାରୀ କେମିତି ଖ୍ୟମତା ଶାଳି ହେଉଛନ୍ତି ଏବଂ ବଦଳି ନିୟମକୁ ବାଳ ବୋଲି ନମାନି ମାଲ ପାଣି ଦେଇକି ଗୋଟିଏ ଯାଗାରେ ଦିର୍ଘଦିନ ରହି ଲୋକଙ୍କୁ ସରକାରୀ ଅର୍ଥକୁ ଚଳୁ କରୁଛନ୍ତି ସୋର ଆରଡିର ଆରଣ ବାବୁ ତାର ଏକ ଉଦାହରଣ I ରାସ୍ତାରେ ପିଚ ପଡିଲା , ମାତ୍ର କିଛିଦିନରେ ପିଚ ଉଠିଗଲା , ଲୋକନେତାଙ୍କୁ କହିଲେ , ନେତା ଜେଇଙ୍କୁ କହିଲେ , ସାମ୍ବାଦିକ ପ୍ରଶ୍ନ ପଚାରିଲେ , ଜେଇ ଗାଲୁ ପେଲି ଠିକାଦାରଙ୍କ ପାଇଁ ଓକିଲାତି କଲେ , ଶେଷରେ ଲୋକ ଆଉ ନେତାଙ୍କୁ ବୁଝେଇବା ପାଇଁ ରାସ୍ତାରେ ପେଚ ପକାଇଲେ , ଏସବୁ ମଧ୍ୟରେ ଜେଇ ଆରଣ କେତେ ସଫା ତାହା ସମସ୍ତେ ଯାଣିଲେ I ନିଜକୁ ବହୁତ ସଫା ସୁତୁରା ଭାରି କାମିକା ଦେଖଉଥିବା ଆରଣ ବାବୁ ସାଧାରଣ ଲୋକଙ୍କ ଦୁଇଟି ପ୍ରଶ୍ନର ଉତ୍ତର ଆଜି ଯାଏଁ ଦେଇ ପାରିଲେନି ସେଟା ହେଲା ୨ ଥର ସୋରକୁ କାହିଁକି ଆସିଲ ? କାହା ଗୋଡ ହାତ ତଳେ ପଡିକି ଆସିଲ ? ସାଧାରଣ ଲୋକଙ୍କ ଅଭିଯୋଗ ମୂଳେ ଜେଉଁ ଭାଡୁଆ ନେତାର ମଝି ଫଡିଆରେ ତେଲ ମାରିକି ଆସିଲ ତାକୁ ମାସକୁ କେତେଟଙ୍କା ଦେଉଛ ? ସେ ଟଙ୍କା ଜେଉଁ ଠିକାଦରଙ୍କ ପାଖରୁ ଆଣୁଛ ସେମାନେ ନିମ୍ନ ମାନର ରାସ୍ତା କରିବା ସ୍ବାଭାବିକ , ଆଉ ୨ ମାସ ପରେ ରାସ୍ତାରୁ ପିଚୁ ଉଠିବା ସ୍ବଭାଭିକ I ତେବେ ପରେ ପୁଣି ତାକୁ ପେଚ ପକାଇ କାଢୁ ଦେଖଉଛ , ଲଜ୍ୟା ଲାଗିବା ଦରକାର ନୂଆ ପେଣ୍ଟ କିଣିକି ୬ ମାସ ବର୍ଷେ ପିନ୍ଧିକି ପେଚ ପକେଇଲେ ଚଳିବ ୨ ମାସ ପରେ ପେଚ ପକେଇଲେ ଲୋକ କଣ କହିବେ ଛାଡ ନିଜ ଘରେ ଛୁଆ ପିଲାଙ୍କୁ ପଚାରିଲେ ସେ ବୁଝେଇ ଦେବେ I ଘଟାଣିଟି ସମ୍ପୁର୍ଣ୍ଣ ଭାବେ କଣଥିଲା ? ଅନନ୍ତପୁର ଟେଣ୍ଟେଇ ଛକରୁ ଅନନ୍ତପୁର କଲେଜକୁ ରାସ୍ତା କାମ ସରିବାର ମାତ୍ର କିଛିଦିନ ପରେ ରାସ୍ତାରେ ବଡ ବଡ ଗାତ ହେଇଗଲା I ଶହ ଶହ ଛାତ୍ର ଛାତ୍ରି କଲେଜ ଜିବା ସମୟରେ ଅସୁବିଧାରେ ପଡିଲେ ଏ ବାବଦରେ କିଛି ସ୍ଥାନୀୟ ଲୋକ ୪୫ ନମ୍ବର ଜୋନର ଜିଲ୍ଲାପରିଷଦ ସଭ୍ୟ ଜୟରାମ ଦାସଙ୍କୁ ଜେଣେଇଲେ , ଜିଲ୍ଲାପରିଷଦ ବାବୁ ଅନୁରୋଧ କଲେ ରାସ୍ତାଟିକୁ ଆଉଥରେ ଭଲକି କରନ୍ତୁ କିନ୍ତୁ ବାବୁ ଆରଣ ଆମର ତାଙ୍କ କଥା ଶୁଣିବେ କାହିଁକି ଜିଲ୍ଲାପରିଷଦ ବାବୁ ଗୁହାରି କରିବେ ଯାହାକୁ ଆରଣ ବାବୁ ଘଇତା କରିଛନ୍ତି କୁଆଡେ ତାହାକୁ ସେଥିପାଇଁ ସେ ପେଚ ପକାଇ ସାଧାରଣ ଲୋକଙ୍କ ମୁହଁ ବନ୍ଦ କରିବାକୁ ଚେଷ୍ଟା କରିଛନ୍ତି ବୋଧେ I ଦେଖାଯାଉ ସାଧାରଣ ଲୋକ ଏଥିରେ ନିରବ ରହୁଛନ୍ତି ନା ମୁହଁ ଖୋଲି ଡକାୟତିକୁ ସାମ୍ନାକୁ ଆଣି ସେ ରାସ୍ତାକୁ ସମ୍ପୁର୍ଣ୍ଣ ମରାମତି କରୁଛନ୍ତି I ୟାକୁ ନେଇ ଆମେ ବାରମ୍ବାର ଖବର ପ୍ରକାଶ କଲୁ କିଛି ଠିକାଦାରଙ୍କ ଉର୍ଦ୍ଧକଣ୍ଡୁ ଟିକେ ବଢିଗଲା ଭାରି ଦେଖେଇ ହେଇ ଏଣୁ ତେଣୁ କହିଲେ ସେ କଥାକୁ ଆମେ ବାଳ ବୋଲି ଖାତିର କରିନୁ କି କରିବୁନି ବାସ I ମନେରଖ ଠିକାଦାର ଭାଇ ବେସି କହିଲେ ତୁମ ଫଟ ସହ ବାହାରିବ ଧମକ ନୁହଁ ଚେତାବନି I
