ନୀଳଗିରି : ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଗୁରୁବାର ମଧ୍ୟରାତ୍ରିରେ ନିଶାସକ୍ତ ପୁଅର ଉନ୍ମତ୍ତ କାଣ୍ଡ ଘଟାଇଛି । ନିଶାସକ୍ତ ଅବସ୍ଥାରେ ଶ୍ୟାମସୁନ୍ଦରପୁର ମୂଳାଗଡି ସାହିର ରବୀନ୍ଦ୍ର ପରିଡ଼ାଙ୍କ ପୁଅ ରଞ୍ଜନ ଜମିଜମାରୁ ଭାଗନେବା କଥାକୁ କେନ୍ଦ୍ରକରି ବାପା ଭାଇଙ୍କ ସହିତ ବଚସା ହୋଇଥିଲା । ଉତକ୍ଷିପ୍ତ ହୋଇ ଘରେ ଥିବା ବାଇକକୁ ସମ୍ପୂର୍ଣ୍ଣ ପୋଡ଼ି ନଷ୍ଟ କରିବା ସହିତ ଧାନବସ୍ତା ଏବଂ ଗୋରୁଗୁହାଳରେ ନିଆଁ ଲଗାଇଥିଲା । ପରେ ବାପା ରବୀନ୍ଦ୍ରଙ୍କୁ ମାଡ ମାରିବା ସହ ବଡ଼ ଭାଇ ସଞ୍ଜୟଙ୍କୁ ମଧ୍ୟ ମାଡ ମାରି କଟୁରିରେ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିବା ସମୟରେ ଚିତ୍କାର ଶୁଣି ଗ୍ରାମବାସୀ ନିଶାସକ୍ତ ପୁଅଠାରୁ ବାପା ଏବଂ ଭାଇକୁ ଉଦ୍ଧାର କରିଥିଲେ । ପୁଅକୁ ମାଡଦେଇ ଗ୍ରାମରେ ଥିବା ଦୁର୍ଗାମଣ୍ଡପରେ ବାନ୍ଧି ଥିଲେ । ଖବରପାଇ ନୀଳଗିରି ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଦେଖିବାକୁ ମିଳିଛି । ସେପଟେ ନୀଳଗିରି ପୁଲିିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ମେଡିକାଲରେ ଚିକିତ୍ସା କରିବା ପରେ ଥାନାରେ ଅଟକ ରଖିଥିବା ସୂଚନା ମିଳିଛି ।
