ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘରର ୩ ହଜାର ଟଙ୍କା ସହୟତା ଆସିନୀ ତ’ ପୋଷ୍ଟର କ’ଣ ପାଇଁ ?

 ବରଗଡ : ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁ ପକ୍କା ଘର ୩ ହଜାର ଟଙ୍କା ସହୟତା ପ୍ରଦାନ ପୋଷ୍ଟର ଲଗାଇବାରୁ ପଂଚାୟତ ଅଧିକାରୀ ଏବଂ ଘର ମାଲିକ ମୁହିଁ ମୁହିଁ ଓ ବଚସା ହୋଇଛନ୍ତି । ଆକାଉଣ୍ଟକୁ ଟଙ୍କା ଆସିନାହିଁ କାହିଁକି ପୋଷ୍ଟର ଲଗାଉଛ ବୋଲି ଘର ମାଲିକ ପ୍ରଶ୍ନ କଲେ । ବରଗଡ ଜିଲ୍ଲା ଗାଇସିଲାଟ ବ୍ଲକ ବଡସାହାଜବାହାଲ ଗ୍ରାମର ଶିବ ସାହୁଙ୍କ ଘର କାନ୍ଥରେ ପଂଚାୟତ କମଚାରୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୩ ହଜାର ଟଙ୍କା ସହୟତା ପ୍ରଦାନ କରିଥିବା ପୋଷ୍ଟର ଲଗାଉଥିଲେ । ଏହି ସମୟରେ ଘର ମାଲିକ ପୋଷ୍ଟର ଲଗାଇବା ପାଇଁ ମନାକରିଥିଲେ । ଆକାଉଣ୍ଟକୁ କୌଣସି ଟଙ୍କା ଆସିନାହିଁ ମିଛରେ କାହିକି ପୋଷ୍ଟର ଲଗାଇବେ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବିଜୁପକ୍କା ଘର ସହୟତା କଣ ପାଇଁ ବୋଲି କହିବା ସହ ମୁହା ମୁହି ହୋଇଥିଲେ । ସେପଟେ ପଂଚାୟତ କମଚାରୀ ଜୋର ଜବରଦସ୍ତି ଆମେ ପୋଷ୍ଟର ଲଗାଇବୁ କ’ଣ କରିବ କର ବୋଲି ଘର ମାଲିକଙ୍କୁ ନାଲି ଆଖି ଦେଖାଇଥିବା ଅଭିଯୋଗ ହୋଇଛି ।

Leave a Reply

Your email address will not be published. Required fields are marked *