ଵଣାଇ : ଵଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ୍ କୁଢେଇକଳା ପଞ୍ଚାୟତ ଅଧିନସ୍ଥ ଉଲସୁରେଇ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ବର୍ତ୍ତମାନ ନୂତନ କୋଠା ନିର୍ମାଣ ଚାଲିଥିବାବେଳେ ସେହି କାର୍ଯ୍ୟରେ ଅନେକ ଅନିୟମିତତା ହେଉଥିବା ଗ୍ରାମ ବାସୀ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ସରକାରଙ୍କର 5ଟି ମାଧ୍ୟମରେ ପ୍ରତ୍ୟେକ ବ୍ଲକରେ ସମସ୍ତ ସ୍କୁଲଗୁଡିକ ସ୍ମାର୍ଟ ସ୍କୁଲ ହିସାବରେ ରୁପାନ୍ତର କରାଯାଉଥିବା ବେଳେ ଅନେକ ଜାଗାରେ ନୂତନ ସ୍କୁଲ କୋଠା ନିର୍ମାଣ ଚାଲିଛି । ସରକାରଙ୍କ ବ୍ୟାପକ ଅର୍ଥ ବିନିଯୋଗରେ ହେଉଥିବା ଏହି ସବୁ କାର୍ଯ୍ୟ ବର୍ତମାନ ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଅନେକ ସ୍ଥାନରେ ଖାମଖିଆଲି ଭାବେ କାର୍ଯ୍ୟ ଚାଲିଥିବାର ଦେଖାଯାଉଛି । ଏହାର ସଦ୍ୟତମ ଉଦାହରଣ ହେଲା ଉଲସୁରେଇ ସ୍କୁଲରେ ହେଉଥିବା ନୂତନ କୋଠା ନିର୍ମାଣ । ଫାଉଣ୍ଡେସନରେ ବାଲି ପୋତିବା ବଦଳରେ ମାଟି ଭର୍ତ୍ତି କରାଯାଉଛି । ପ୍ରଥମ ମୂଳ ଦୂଆରୁ ଯଦି ଏମିତି କାମ ହେଉଛି, ତା’ହେଲେ ଏହାର ସ୍ଥାୟୀତ୍ବ ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ଏସବୁ କାର୍ଯ୍ୟର ତଦନ୍ତ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

