ଅଭିଯୋଗ ପରେ ବି ଶୁଣିଲେ ନି କେହି, ଶେଷରେ ରାସ୍ତା ଅବରୋଧ କଲେ ଗ୍ରାମବାସୀ

ସାନଖେମୁଣ୍ଡି : ଖରାଦିନ ନ ଆସୁଣୁ ଦେଖାଦେଲାଣି ପାନୀୟ ଜଳ ସଙ୍କଟ । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗାଁରେ ଦେଖିବାକୁ ମିଳିଛି ପାନୀୟ ଜଳ ସଙ୍କଟର ସମସ୍ୟା । ଯାହାକୁ ନେଇ ରାସ୍ତାକୁ ଓହ୍ଲାଇଛନ୍ତି ଗ୍ରାମବାସୀ । ଖବର ଅନୁଯାୟୀ, ପାନୀୟ ଜଳ ସଙ୍କଟ ନେଇ ଡେଙ୍ଗାଡ଼ି ଗ୍ରାମବାସୀ ବାରମ୍ବାର ପ୍ରଶାସନ ସହ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କରିଥିଲେ । କିନ୍ତୁ କେହି ବି ହେଲେ କୌଣସି ପଦକ୍ଷେପ ନେଇନଥିଲେ । ଶେଷରେ ଡେଙ୍ଗାଡି ଗାଁର ୱାର୍ଡ ନମ୍ବର ଚାରିର ଶତାଧିକ ମହିଳା ଓ ପୁରୁଷ ରାସ୍ତା ଅବରୋଧ କରିଛନ୍ତି । ଜଗନ୍ନାଥପୁର-ହିଂଜିଲିକାଟୁ ମୁଖ୍ୟ ରାସ୍ତା ଡେଙ୍ଗାଡି ଗାଁଲୋକେ ଟାୟାର ଜାଳି ଅବରୋଧ କରିଛନ୍ତି । ଯାହା ଫଳରେ ଯାନ ବାହାନ ଚଳାଚଳ ବନ୍ଦ ରହିଛି । ଯଦି ଦାବି ପୂରଣ ନ ହୁଏ । ତେବେ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

Leave a Reply

Your email address will not be published. Required fields are marked *