ବାଲେଶ୍ୱର, :- ବାଲେଶ୍ୱର ଜିଲ୍ଲାର ଖଇରା ବ୍ଲକ ଅନ୍ତର୍ଗତ ଅନ୍ତରା ବଜାର ଠାରେ ଉତ୍କଳ ଯୁବ ସମାଜ ପକ୍ଷରୁ ସ୍ବର୍ଗତ ଯୁବ ବ୍ୟବସାୟୀ ବସନ୍ତ ସାହୁ ଏବଂ ଓଟିଭି ସାମ୍ବାଦିକ ସ୍ବର୍ଗତ ଅରିନ୍ଦମ ଦାସଙ୍କ ଅମର ଆତ୍ମାର ସଦଗତି ପାଇଁ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା ଏବଂ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ତଥା ସମାଜସେବୀ ଶ୍ରୀଯୁକ୍ତ ସନାତନ ବେହେରା ସଭାପତିତ୍ୱ କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ପ୍ରଫୁଲ୍ଲ ଦାସ,ସମିତି ସଭ୍ୟ ନିରଞ୍ଜନ ଶତପଥୀ,କୃଷ୍ଣଚନ୍ଦ୍ର ଜେନା,ରଘୁନାଥ ଦାସ,ରାଜେଶ କର,ଜ୍ୟୋତିରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ସେମାନଙ୍କ ର ଅମର ଆତ୍ମାର ସଦଗତି ପାଇଁ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ସହିତ ସେମାନଙ୍କ ଗୁଣାବଳୀ ଉପରେ ଆଲୋକପାତ କରିଥିଲେ। ଏଥି ସହିତ ମହାନଦୀରେ ଫସିଥିବା ହାତୀକୁ ଉଦ୍ଧାର କରିବାକୁ ଯାଇଥିବା ଚର୍ଚ୍ଚିତ କାର୍ଯ୍ୟରତ ଓଭର ଡ୍ରାଫ୍ଟ ବୋଟ ଚାଳକ ସ୍ବର୍ଗତ ସିତାରାମ ମୁର୍ମୁଙ୍କ ଅମର ଆତ୍ମାର ସଦଗତି ପ୍ରାର୍ଥନା କରିଥିଲେ। ଏହି କାର୍ଯ୍ୟକ୍ରମରେ କାର୍ତ୍ତିକ ବେହେରା,ରାଜ କମଲ ପତି, ଅଜିତ ଦାସ, ଆଶିଷ ମହାନ୍ତି, ହେମନ୍ତ ଜେନା,ରଶ୍ମିରଞ୍ଜନ ମହାପାତ୍ର, ଚଗୁଲ ମହାରଣା, ସନାତନ ବେହେରା, ଭାଗୀରଥି ମୁଦୁଲି ପ୍ରମୁଖଙ୍କ ସହିତ ଶତାଧିକ ଲୋକ ଉପସ୍ଥିତ ଥିଲେ।
