ବରଗଡ଼ : ଦଙ୍ଗା ଅଭିଯୁକ୍ତକୁ ଗିରଫ ପରେ ଅଭିଯୁକ୍ତର ସନ୍ଦେହଜନକ ମୃତ୍ୟୁ । ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।ମୃତ୍ୟୁ ଘଟଣାକୁ ନେଇ ବରଗଡ଼ ଖେଦାପାଲି ମୁଖ୍ୟ ଡାକ୍ତର ଖାନାଠାରେ ପରିବାର ଲୋକଙ୍କ ପକ୍ଷରୁ ଉତ୍ତେଜନା ଲାଗି ରହିଛି । ମୃତକ ଜଣକ ହେଲେ ବରଗଡ଼ ଟାଉନ ଥାନା ଅନ୍ତର୍ଗତ ତୁରା ଗ୍ରାମ ର ଗୋବିନ୍ଦ କୁମ୍ଭାର ।
ତେବେ ରାତି ପ୍ରାୟ ୩ଟା ସମୟରେ ବରଗଡ଼ ଟାଉନ ଥାନା ପୁଲିସ ଏକ ମାମଲାରେ ଗୋବିନ୍ଦଙ୍କୁ ଘରୁ ଉଠାଇ ଆଣି ଥାନାରେ ରଖିଥିଲା ବୋଲି ଜଣାପଡ଼ିଛି । ତେବେ ତାଙ୍କର କୌଣସି ପରିସ୍ଥିତିରେ ମୃତ୍ୟୁ ହୋଇଛି । ସେନେଇ କିଛି ସ୍ପଷ୍ଟ ଭାବେ ସୂଚନା ମିଳିନାହିଁ । ମୃତ୍ୟୁର ଖବର ପାଇବା ପରେ ମେଡିକାଲରେ ଉତ୍ତଜେନା ଲାଗି ରହିଥିଲା ।
