ବଡ଼ ଭାଇ ର କୋଦାଳ ଚୋଟରେ ସାନଭାଇ ମୃତ

ଵଣାଇଗଡ: ରିପୋର୍ଟ (ଲୋକନାଥ ସାମଲ)
ଵଣାଇ ଉପଖଣ୍ଡ ଲହୁଣୀପଡ଼ା ଥାନା ଅନ୍ତର୍ଗତ ଜୁନିଆନୀ ଗ୍ରାମ ରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜମିରେ ହିଡ ଦେବାକୁ କେନ୍ଦ୍ର କରି ବଡ଼ ଭାଇ ର କୋଦାଳ ଚୋଟରେ ସାନଭାଇ ର ମୃତ୍ୟୁ ହୋଇଥିବା ଜଣାପଡିଛି।
ଘଟଣା ରୁ ପ୍ରକାଶ ଯେ ଆଜି ସକାଳେ ସାନଭାଇ ପ୍ରଧାନ ମୁଣ୍ଡା , ନିଜ ଜମିରେ ହିଡ ଦେଉଥିବା ସମୟରେ କୈାଣସି କାରଣରୁ ଦୁଇ ଭାଇ ଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥଲା , ସେଥିରେ ବଡ଼ଭାଇ ଟପିଆ ମୁଣ୍ଡା ଉତ୍ତ୍ୟକ୍ତ ହୋଇ ସାନଭାଇ ପ୍ରଧାନ ମୁଣ୍ଡା କୁ କୋଦାଳ ରେ ଆକ୍ରମଣ କରି ଗୁରୁତର କରି ଦେଇଥିଲା। ପରେ ଗ୍ରାମବାସୀ କଂ ସହାୟତା ରେ ପ୍ରଧାନ ମୁଣ୍ଡା କୁ ଲହୁଣୀପଡ଼ା ଡାକ୍ତରଖାନା କୁ ଚିକିତ୍ସା ପାଇଁ ନିଆଯାଇଥିଲା, ଏବଂ ଚିକିତ୍ସାଧିନ ଅବସ୍ଥାରେ ପ୍ରଧାନ ମୁଣ୍ଡା ର ମୃତ୍ୟୁ ହୋଇଥିବା ଜଣାପଡିଛି। ଖବର ପାଇ ଲହୁଣୀପଡ଼ା ପୋଲିସ ଘଟଣାସ୍ଥଳରେ ପହଂଚି ଆସାମୀକୁ ଅଟକ ରଖି ଘଟଣା ର ତଦନ୍ତ କରୁଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *