କୋରାପୁଟ : କୋରାପୁଟ ଜିଲ୍ଲା ସୁନାବେଡା ଥାନା ନିକଟରେ ପଡିଛି ବ୍ୟବସାୟୀଙ୍କ ମୃତଦେହ। ମୃତ ବ୍ୟବସାୟଙ୍କ ଘର ସୁନାବେଡା ରାଜୀବ କଲୋନୀରେ ବୋଲି ଜଣାପଡିଛି। ତେବେ ତାହା ହତ୍ୟା କି ଆତ୍ମହତ୍ୟା ତାର ତଦନ୍ତ କରାଯିବ ସାଇଣ୍ଟିଫିକ୍ ଟିମ୍ ଦ୍ବାରା ଅଧିକ ତଦନ୍ତ କରାଯିବା ନେଇ କହିଛନ୍ତି ସୁନାବେଡା ଏସଡିପିଓ ମନୋଜ କୁମାର ବେହେରା । ମୃତ ବ୍ୟକ୍ତିଙ୍କ ଘର ରାଜୀବ କଲୋନୀ । ସେ ସୁନାବେଡା ଟାଉନର ରାସିୟେନ ବଜାରରେ ଅଟାକଳ ବସାଇ ବ୍ୟବସାୟ କରୁଥିଲେ ।
ବିଳମ୍ବିତ ରାତିରେ ଘରକୁ ଫେରୁଥିବାବେଳେ କେହି ଦୁର୍ବୃତ୍ତ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ବ୍ୟବସାୟୀଙ୍କ ଗାଲରେ ଓ ଶରୀରର ଏକାଧିକ ସ୍ଥାନରେ କଟା ଦାଗ ରହିଛି। ତେଣୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୋଲିସ ଥାନା ନିକଟରେ ଏସଡିପିଓଙ୍କ କାର୍ଯ୍ୟାଳୟ ପଛପଟରେ ବ୍ୟବସାୟୀଙ୍କ ମୃତଦେହ ପଡିଛି। ଘଟଣାକୁ ନେଇ ସୁନାବେଡା ଓ ସେମିଳିଗୁଡାରେ ଚାଞ୍ଚଲ୍ୟ ଖେଳିଯାଇଛି । କୋରାପୁଟରୁ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ଯାଇ ଘଟଣାର ଅନୁସନ୍ଧାନ କରିବେ ବୋଲି ସୁନାବେଡା ଏସଡିପିଓ କହିଛନ୍ତି ।
