ଔପଦା :-ଜଙ୍ଗଲ ଛାଡି କୃଷି କ୍ଷେତ ମୁହାଁ ଗଜାନନ ଏକର ଏକର ଚାଷ ଜମି ରେ ପସି ବ୍ୟାପକ କ୍ଷୟ କ୍ଷିତି କରିଥିବା ଦେଖି ବାକୁ ମିଳିଛି । ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ଗଡ଼ସାହି ପଂଚାୟତର ଗତ କିଛି ଦିନ ପୂର୍ବରୁ ମାଝୀସାହି ଓ ତଳକିଆ ପଂଚାୟତ କସିଗଡ଼ିଆ ଗ୍ରାମ ପାଖରେ ଥିବା ଚାଷ ଜମି ମାନଙ୍କରେ ୧୦ ରୁ ଅଧିକ ହାତୀ ପଶି ସମ୍ପୂର୍ଣ ଧାନ ଗଛକୁ ଖାଇବା ସହ ଦଳି ଚକଟି ଦେଇଥିବା ଚାଷୀ ମାନେ ଅଭିଯୋଗ କରିଥିବା ବେଳେ, ପୁଣି ଗତ କାଲି ରାତିରେ ସେହି ଗଡ଼ସାହି ପଂଚାୟତ କବିସୂଳ ଗ୍ରାମର ବାସନ୍ତୀ ଲତା ମହାନ୍ତି, ଲକ୍ଷମନ ମହାନ୍ତି, ଭରତ ଚନ୍ଦ୍ର ମହାନ୍ତି, ଦୀପ୍ତି ମହାନ୍ତି, ରଶ୍ମି ମହାନ୍ତି ଜନ୍ମେଜୟ ମହାନ୍ତି ଙ୍କ ଧାନ ବିଲରେ ପ୍ରାୟ 20ରୁ ଅଧିକ ହାତୀ ପଶି ଧାନ କ୍ଷେତ କୁ ସମ୍ପୂର୍ଣ ନଷ୍ଟ ଦଳି ଚକଟି ନଷ୍ଟ କରିଦେଇଥିବା କଥା ପ୍ରକାଶ କରିଛନ୍ତି ଆହୁରି କହିଛନ୍ତି ଏବିଷୟରେ ଔପଦା ବନ ବିଭାଗକୁ ଜଣାଇ ଥିଲେ ମଧ୍ୟ୍ୟ ସେମାନେ କର୍ଣ୍ଣ ପାତ କରୁନଥିବା କଥା ଚାଷୀ ମାନେ ଅଭିଯୋଗ କରିଛନ୍ତି ।ଏପଟେ ମହାମାରୀ କରୋନା ଯୋଗୁଁ ଚାଷୀ କୋଳ ବିଭିନ୍ନ ସମସ୍ୟା ଦେଇ ଗତି କରୁଥିବା ବେଳେ ଧାର,କରଜ, ଋଣକରି ଚାଷ କରିଥିବା ଚାଷୀ ଏବେ ଚିନ୍ତାରେ ।ଏହି ଚାଷୀ ମାନଙ୍କ କହିବାନୁଯାଇ ଏ ବାବଦରେ ବନ ବିଭାଗର ଉପରିସ୍ଥ ଅଧିକାରୀ ଦୃଷ୍ଟି ଦେଇ ସେମାନଙ୍କୁ ନ୍ୟାୟ ଦେବା ସହ କ୍ଷତି ହୋଇ ଥିବା ଧାନ କ୍ଷେତ ଉଚିତ ନ୍ୟାୟ ଦେବାକୁ ସେମାନେ ଦାବୀ କରିଛନ୍ତି
