୨୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ, ୩ ଗିରଫ

କଟକ  : ଥମୁନି ଧଳାଜହର କାରବାର । କଟକରୁ ପୁଣି ଜବତ ହେଲା ଧଳାଜହର । ୨୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି କଟକ ଦରଘାବଜାର ଥାନା ପୋଲିସ । ବ୍ରାଉନ୍‌ସୁଗାର ବିକ୍ରି କରିବା ଅଭିଯୋଗରେ ୩ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ସମସ୍ତଙ୍କୁ ପଚରାଉଚରା ଜାରି ରଖିଛି ।

ଖବର ଅନୁଯାୟୀ, ବ୍ରାଉନ୍‌ସୁଗାର କାରବାର ନେଇ ପୋଲିସକୁ ଗୁଇନ୍ଦା ସୂଚନା ମିଳିଥିଲା । ଏହାପରେ ପୋଲିସକୁ ଆକ୍ସନକୁ ଆସିଯାଇଥିଲା । ଦରଘାବଜାର ପୋଲିସ ଚଢାଉ କରି ପ୍ରାୟ ୨୬ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ କରିଛି । ଏହାସହିତ ୩ଜଣଙ୍କୁ ଗିରଫ ମଧ୍ୟ କରିଛି ପୋଲିସ । ଏଥିସହ ସେମାନଙ୍କ ନିକଟରୁ ୧ଲକ୍ଷ ନଗଦ ଟଙ୍କା ଜବତ ମଧ୍ୟ ହୋଇଛି । ସମସ୍ତକୁ ପଚରାଉଚରା ଜାରି ରଖିଛି ପୋଲିସ ।

ସେହିପରି  ବ୍ରାଉନ୍‌ସୁଗାର କାରବାରର ଚେର କେଉଁଆଡ଼େ ଲମ୍ବିଛି । ସେନେଇ ଛାନ୍‌ଭିନ୍‌ ଜାରି ରଖିଛି ପୋଲିସ । ଏମାନେ ସବୁ କେତେଦିନ ଠାରୁ ଏହି ଚୋରା କାରବାରରେ ସଂପୃକ୍ତ ଥିଲେ । ସେନେଇ ମଧ୍ୟ ଖୋଲତାଡ଼ ଜାରି ରଖିଛି ଦରଘାବଜାର ଥାନା ପୋଲିସ ।

Leave a Reply

Your email address will not be published. Required fields are marked *