ଵଣାଇଗଡ: ରିପୋର୍ଟ (ଲୋକନାଥ ସାମଲ)
ଗତ ଶୁକ୍ରବାର ତା୮/୧୦/୨୧ ଦିନ ବଣାଇ ଉପଖଣ୍ଡ ଲହୁଣୀପଡ଼ା ବ୍ଲକ୍ ଅନ୍ତର୍ଗତ ଭୁତୁଡା ଠାରେ ମେସର୍ସ ପଟ୍ଟନାୟକ ମିନେରାଲ ପ୍ରାଇଭେଟ୍ ଲିମିଟେଡ ର ମହୁଲଶୁଖା,ଲୈହ ଓ ମାଙ୍ଗାନିଜ ଖଣିର ସଂପ୍ରସାରଣ ଜନଶୁଣାଣୀ ନିମନ୍ତେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ, ରାଉରକେଲା ଆଞ୍ଚଳିକ ଅଧିକାରୀ ଡକ୍ଟର ପ୍ରକାଶ କୁମାର ମହାପାତ୍ର ମୁଖ୍ୟ ପୁରୋଧା ସାଜିଥିଲେ, ଯାହା ଶୁଣିବାକୁ ମିଳେ ରନ୍ତା, ଭୁତୁଡା, ସାରକୁଣ୍ଡା ପ୍ରଭୁତି ଗ୍ରାମ ର ବିରୋଧ ସତ୍ତ୍ଵେ,ନିରିହ ଲୋକଙ୍କର ସ୍ଵର କୁ ଚାପିଦେଇ ସମସ୍ତ ଅଧିକାରୀ ମାନେ ଖଣି ମାଲିକ କୁଂ ସମର୍ଥନ କରିବାକୁ ବାଧ୍ୟ କରିଥିଲେ। ଫଳ ସ୍ବରୂପ ଗତକାଲି ପୂଜା ବଜାରକୁ ସରଗରମ କରିବା ପାଇଁ ରାଉରକେଲା ରୁ ଭୁବନେଶ୍ୱର ଘରକୁ ବାହାରିଥିଲେ ପ୍ରଦ୍ୟୁଷଣ ଅଧିକାରୀ, କିନ୍ତୁ ଏ ଗସ୍ତ ଯେ ତାଙ୍କ ପୂଜା ବଜାରକୁ ଫିକା କରିଦେବ ଏହା ସେ କେବେ କଳ୍ପନା କରିନଥିଲେ। ଭୁବନେଶ୍ୱର ରେ ପହଞ୍ଚିବା ପୂର୍ବରୁ ଦୁର୍ନିତି ନିବାରଣ ଅଧିକାରୀ କଂ ହାତରେ ଧରାପଡିଗଲେ। ସାଙ୍ଗରେ ଧରି ଥିବା ୧ଲକ୍ଷ୭୫ହଜାର ଟଂକା ର ହିସାବ ଦେଵାରେ ଥତମତ ହୋଇଥିଲେ। ବିଗତ ୧୫ଦିନ ମଧ୍ୟ ରେ ଵଣାଇ ଉପଖଣ୍ଡ ରେ ବାବୁଙ୍କ ଦ୍ବାରା ୩ଟି ଖଣିର ଜନଶୁଣାଣୀ ଶିବିର ସମ୍ପାଦନ ହୋଇଥିଲା।ଲକ୍ଷ ଲକ୍ଷ ଟଙ୍କା ର ରାଜସ୍ବ ଯାଉଥିବା କୋଇଡା,ଵରସୁଆଁ ଖଣି ଅଞ୍ଚଳ ର କି ବିକାଶ କରୁଛନ୍ତି ଏମାନେ ? ବର୍ଷ ବର୍ଷ ଧରି ଧୂଳି ଧୂଆଁ ରେ ଅତିଷ୍ଠ କୋଇଡା ଵାସୀ ଦୀର୍ଘ ୫୦ ବର୍ଷ ପରେ ମଧ୍ୟ ଭଲ ରାସ୍ତା ଖଣ୍ଡେ ନାହିଁ, ପିଇବା କୁ ପାଣି ନାହିଁ, ଅନେକ ଗ୍ରାମ ରେ ବିଦ୍ୟୁତ୍ ନାହିଁ। ଅଳ୍ପ ଦିନ ତଳେ ଶଶକଳା,ଭୁତୁଡା ରେ ଦେଖିବାକୁ ମିଳିଥିଲା ନଗଡାର ଚିତ୍ର , ଅପପୁଷ୍ଟି ରେ ଶିକାର ହେଉଥିବା ମା ଓ ଶିଶୁ ମାନେ।
ନିକଟରେ କପଣ୍ଡ ଗ୍ରାମ ରେ ଦେଖିବାକୁ ମିଳିଥିଲା ସମାନ ଦୃଶ୍ୟ ଜନଶୁଣାଣୀ କୁ ବିରୋଧ କରିବା ରୁ ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ଘଟି ଆହତ ହୋଇଥିବା ଦେଖିବାକୁ ମିଳିଥିଲା, ବଣାଇ ଉପଖଣ୍ଡ ରେ ସ୍ପଞ୍ଜ ଆଇରନ କାରଖାନା ର ଦୂଷିତ ଧୂଆଁ ରେ ଆକ୍ରାନ୍ତ ଆଖପାଖ ୧୦ଟି ଗ୍ରାମର ନିରୀହ ଜନସାଧାରଣ, କିଡନୀ,ହାର୍ଟଫେଲ, ଭଳି ଅନେକ ରୋଗରେ ପୀଡିତ ହୋଇ ଅଳ୍ପ ଦିନ ରେ ଆରପାରିକୁ ଚାଲିଯାଉଛନ୍ତି କମ୍ ବୟସର ଘରର ମୂରବୀ ମାନେ, ତଥାପି ସରକାରଙ୍କର ନିଦ ଭାଙ୍ଗୁନି ବଣାଇ ର ଜନସାଧାରଣଙ୍କୁ ଭୁଆଁ ବୁଲେଇ ଉଜାଡି ଦେଉଛନ୍ତି ଅନେକ ପରିବାର, ଆଗକୁ ଏ ବିଷୟରେ ସରକାର କି ପଦକ୍ଷେପ ନେଇଛନ୍ତି ଦେଖିବାକୁ ବାକି ରହିଲା
