୨ ଡକାୟତ ଗିରଫ, ୨ଟି ପିସ୍ତଲ ସହ ୨୮ଟି ଜୀବନ୍ତ ଗୁଳି ଜବତ

ଢେଙ୍କାନାଳ : ଢେଙ୍କାନାଳ ସଦରଥାନା ଓସ୍ତପାଳ ମାତୃକୃପା ପେଟ୍ରୋଲ ପମ୍ପ ଡକାୟତି ଘଟଣାରେ ପୋଲିସ ପୁଣି ଦୁଇ ଜଣ ଡକାୟତଙ୍କୁ ଗିରଫ କରିଛି ।  ପୂର୍ବରୁ ଜଣଙ୍କୁ ପୋଲିସ ଗିରଫ କରିଥିଲା ବୋଲି ଜଣାପଡିଛି । ଗତ ଅଗଷ୍ଟ ୧୯ ତାରିଖରେ ଉକ୍ତ ପେଟ୍ରୋଲ ପମ୍ପରୁ ୪୯ ହଜାର ୬ ଶହ ୪୬ ଟଙ୍କା ଲୁଟ ହୋଇଥିଲା । ସୁଜୁକି ମୋଟର ସାଇକେଲରେ ଆସି ପେଟ୍ରୋଲ ପମ୍ପ ସେଲ୍ସମ୍ୟାନଙ୍କଠାରୁ ତିନି ଡକାୟତ ଟଙ୍କା ଲୁଟ୍ କରିଥିଲେ। ପୂର୍ବରୁ ଜଣଙ୍କୁ ଗିରଫ କରାଯାଇଥିଲା। ସମସ୍ତ ଅପରାଧୀ ଜଗତସିଂହପୁର ହାତୀ କାଳିଆ ଗ୍ୟାଙ୍ଗର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ସେମାନଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ ୫ଟି ପିସ୍ତଲ ମାଗାଜିନ ଏବଂ ୨୮ଟି ଅଫୁଟା ଗୁଳି, ଦୁଇଟି ଭୁଜାଲି  ୧୨ଟି ମୋବାଇଲ ସହିତ ଚାର୍ଜର ଓ କିଛି ସିମ୍ କାର୍ଡ ମଧ୍ୟ ଜବତ କରିଛି ପୋଲିସ । ଆଠଗଡ ବ୍ୟାଙ୍କ ଟଙ୍କା ଗାଡି ଡକାୟତି ଏବଂ ବଳଦିଆବନ୍ଧ ପେଟ୍ରୋଲ ପମ୍ପ ଡକାୟତି ଘଟଣା ସହିତ ଏମାନଙ୍କ ସମ୍ପୃକ୍ତି ଥିବା ମଧ୍ୟ ସନ୍ଦେହ କରିଛି ପୋଲିସ । ଫଳରେ ଏମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିବା ବେଳେ ଏହି ଦୁଇ ଅପରାଧୀଙ୍କୁ ଚାରି ଦିନ ପାଇଁ ରିମାଣ୍ଡରେ ଆଣିବାକୁ  ଆବେଦନ କରିବ ଢେଙ୍କାନାଳ ପୋଲିସ। ରିମାଣ୍ଡ ଅବଧିରେ ଅଧିକ ଜେରା କରିବା ପରେ ଅଧିକ ତଥ୍ୟ ସାମ୍ନାକୁ ଆସିବ ବୋଲି ଢେଙ୍କାନାଳ ଏସପି କହିଛନ୍ତି।

Leave a Reply

Your email address will not be published. Required fields are marked *