୨ ଗିରଫ, ୨୨୦ ଲିଟର ମଦ ଓ ୧୮୦୦ ଲିଟର ପୋଚ ଜବତ

ବାଙ୍କୀ: କଟକ ଜିଲ୍ଲା ଭାରପ୍ରାପ୍ତ ଅବକାରୀ ଅଧ୍ୟିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ସୋମବାର ଦିନ ବାଙ୍କୀର ବିଭିନ୍ନ ସ୍ଥାନ ଉପରେ ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇଛି। ସ୍ଥାନୀୟ ପଶାଣିଆ ଗ୍ରାମ ଚଣ୍ଡି ମନ୍ଦିର ନିକଟରେ ଅଖିଳ ପ୍ରଧାନ(୬୨)ଙ୍କ ଠାରୁ ୧୦୦ ଲିଟର ଏବଂ ବାଣିଆ ଗ୍ରାମର ସଞ୍ଜୀ ରାଉତ(୩୨)ଙ୍କ ଠାରୁ ୧୨୦ ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ଉଭୟଙ୍କୁ ଗିରଫ କରାଯାଇଛି। ସେହିପରି ପଶାଣିଆ ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ଲୁଚା ହୋଇ ରଖାଯାଇଥିବା ୧୮୦୦ ଲିଟର ଗୁଡ ପୋଚକୁ ଅବକାରୀ ବିଭାଗ ଠାବ କରି ଏହାକୁ ନଷ୍ଟ କରିଥିବା ସୂଚନା ମିଳିଛି।

Leave a Reply

Your email address will not be published. Required fields are marked *