ଭାରତ-ଇଂଲଣ୍ଡ ୩ୟ ଟେଷ୍ଟ

ଲିଡ୍‌ସ (ହେଡିଂଲି): ରୋଚକ ହେବାରେ ଲାଗିଛି ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଟେଷ୍ଟ ଶୃଙ୍ଖଳା। ବୁଧବାରଠାରୁ ହେଡିଂଲିର ଲିଡ୍‌ସ ଗ୍ରାଉଣ୍ଡରେ ଉଭୟ ଦଳଙ୍କ ମଧ୍ୟରେ ୩ୟ ଟେଷ୍ଟମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟରେ ଭାରତ ସୁବିଧାଜନକ ସ୍ଥିତିରେ ଥିବା ବେଳେ ବର୍ଷା ଯୋଗୁଁ ମ୍ୟାଚ୍‌ ବିନା ଫଳାଫଳରେ ଶେଷ ହୋଇଥିଲା। ୨ୟ ଟେଷ୍ଟର ପ୍ରଥମ ୪ ଦିନ ଇଂଲଣ୍ଡ ଆଗରେ ରହିଥିବା ବେଳେ ୫ମ ଦିନ ଲଢ଼ୁଆ ଢଙ୍ଗରେ ଭାରତ ମ୍ୟାଚ୍‌କୁ ଫେରିଥିଲା ଏବଂ ବିପୁଳ ବିଜୟ ହାସଲ କରିଥିଲା। ୫ ଦିନରେ ଭାରତୀୟ ୪ ଜଣିଆ ପେସ୍ ବାହିନୀ ଅତ୍ୟନ୍ତ ମାରାତ୍ମକ ନଜର ଆସିଥିଲେ। ୫ ମ୍ୟାଚ୍‌ର ଟେଷ୍ଟ ଶୃଙ୍ଖଳାରେ ଭାରତ ଏବେ ୧-୦ରେ ଆଗୁଆ ରହିଛି।୨୦୦୨ରେ ଶେଷଥର ପାଇଁ ଲିଡ୍‌ସ ପଡ଼ିଆରେ ଇଂଲଣ୍ଡ ଓ ଭାରତ ମଧ୍ୟ​ରେ ଟେଷ୍ଟ ମ୍ୟାଚ୍‌ ଖେଳା ଯାଇଥିଲା। ଏଥିରେ ସଚିନ ତେନ୍ଦୁଲକରଙ୍କ ୧୯୩, ରାହୁଲ ଦ୍ରାବିଡ଼ଙ୍କ ୧୪୮ ଓ ସୌରଭ ଗାଙ୍ଗୁଲିଙ୍କ ୧୨୮ ରନ୍ ବଳରେ ଭାରତ ଇନିଂସ ବିଜୟ ହାସଲ କରିଥିଲା। ଏବେ ଉପରୋକ୍ତ ୩ ମହାରଥୀଙ୍କ ପରି ବ୍ୟାଟ୍‌ସମ୍ୟାନ୍ ଭାରତୀୟ ଦଳରେ ନାହାନ୍ତି ସତ; ଏ​‌େ​‌ବ ଭାରତୀୟ ଦଳରେ ପେସ୍ ଆକ୍ରମଣ ଯେତେ ଶକ୍ତିଶାଳୀ ଅଛି; ୧୯ ବର୍ଷ ତଳେ ସେପରି ନଥିଲା। ଏହି କାରଣରୁ ୩ୟ ଟେଷ୍ଟରେ ଭାରତ ଜିତିବାର ସମ୍ଭାବନା ଅଧିକ। ୨୦୧୧, ୨୦୧୪ ଓ ୨୦୧୮ରେ ଇଂଲଣ୍ଡ ଗସ୍ତରେ ଭାରତ ୧ରୁ ଅଧିକ ଟେଷ୍ଟମ୍ୟାଚ୍ ଜିତି ପାରିନଥିଲା।

 

Leave a Reply

Your email address will not be published. Required fields are marked *