ପୋଷାକ ଦେଖି ଚିହ୍ନିଲେ ପରିବାର ଲୋକେ

ପୁରୁଷୋତ୍ତମପୁର,  :  ନିଖୋଜ ଯୁବକଙ୍କ କଙ୍କାଳ ଉଦ୍ଧାର । ଗଞ୍ଜାମ ଜିଲ୍ଲା ପୋଲସରା ଥାନା ନିକଟ ରତନେଇ ପାହାଡ଼ରୁ ପୋଲିସ ନର କଙ୍କାଳ ଜବତ କରିଛି ।

ସୂଚନାନୁସାରେ, ମନ୍ଦାର ଗ୍ରାମର କୋକଲି ମଳିକଙ୍କ ଏକମାତ୍ର ପୁଅ ହେଲେ କାହ୍ନା ମଳିକ । କାହ୍ନା ଗତ ଅଗଷ୍ଟ ମାସ ୨୬ ତାରିଖ ମଧ୍ୟାହ୍ନରୁ ଘରୁ କେଉଁ ଆଡେ ପଳାଇ ଯାଇଥିଲେ । ସେବେଠାରୁ ସେ ନିଖୋଜ ଥିଲେ । ଏନେଇ ଗତ ଅଗଷ୍ଟ ମାସ ୨୬ତାରିଖରେ ପୋଲସରା ଥାନାରେ ପରିବାର ଲୋକେ ଅଭିଯୋଗ କରିଥିଲେ । ଏହାକୁ ନେଇ ପୋଲିସ ମିସିଂ କେସ୍ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଅନ୍ୟପଟେ ପରିବାର ପକ୍ଷରୁ ଚାରିଆଡେ ଖୋଜା ଖୋଜି କରିଥିଲେ କିନ୍ତୁ ପୁଅର ସନ୍ଧାନ ମିଳିନଥିଲା।ରବିବାର ସନ୍ଧ୍ୟାରେ ଜଣେ ବୃଦ୍ଧ ଗାଈ ଚରାଇବାକୁ ଯାଇଥିବା ବେଳେ ପାହାଡ ତଳେ ଏକ ମଣିଷ କଙ୍କାଳ ପଡିଥିବା ଦେଖି  ଗ୍ରାମରେ କହିଥିଲେ।ଗ୍ରାମରେ ଖବର ପ୍ରଚାରିତ ହେବାପରେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ପୋଷାକ ଦେଖି ମୃତଦେହ ଚିହ୍ନଟ କରିଥିଲେ। ପରେ ପୋଲିସ ପାଖରେ ଖବର ପହଞ୍ଚିଥିଲା।ସୋମବାର ପୋଲସରା ପୋଲିସ ଓ ସାଇଣ୍ଟିଫିକ୍ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।ଏଥି ସହିତ ଘଟଣା ସ୍ଥଳରୁ ଖପୁରି ଓ କଙ୍କାଳ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି ପୋଲିସ ।

Leave a Reply

Your email address will not be published. Required fields are marked *