ଦେଶୀ ମଦ ଜବତ, ୩ ଗିରଫ

ବେଗୁନିଆ: ବେଗୁନିଆ ବ୍ଲକ ଅନ୍ତର୍ଗତ ହଜ ଗ୍ରାମରେ ଆଜି ଖୋର୍ଦ୍ଧା ଅବକାରୀ ଏବଂ ମୋବାଇଲ ୟୁନିଟ ଚଢ଼ାଉ କରି ୪୮ ଲିଟର ଦେଶୀ ମଦ ଜବତ କରିବା ସହିତ ୩ ଜଣଙ୍କୁ ଗିରଫ କରିଛି। ଅବକାରୀ ଏସପି ଝସକେତନ ବରିହାଙ୍କ ନିର୍ଦେଶରେ ଆଜି ଖୋର୍ଦ୍ଧା ଅବକାରୀ ଇନିସ୍ପେକ୍ଟର ଭୈରବ ସାହୁ ଏବଂ ଖୋର୍ଦ୍ଧା ଜିଲ୍ଲା ମୋବାଇଲ ୟୁନିଟ ଇନିସ୍ପେକ୍ଟର ସସ୍ମିତା ହୋତା, ଏଏସଆଇ ଅକ୍ଷୟ କୁମାର ଜେନା, ଜୟନ୍ତୀ ସେଠୀ, ପ୍ରକାଶ କୁମାର ସାହୁ, ରାଜେନ୍ଦ୍ର ଏବଂ ସୁନିତା ପ୍ରମୁଖ ଧ୍ରୁବାନନ୍ଦ ପାଇକରାୟ, ନାରାୟଣ ବାରିକ ଏବଂ ବାମନ ମଲ୍ଲଙ୍କ ଘର ଉପରେ ଚଢ଼ାଉ କରି ୪୮ ଲିଟର ଦେଶୀମଦ ଜବତ କରିବା ସହ ୩ ଜଣଙ୍କୁ ୩ଟି କେଶରେ ଗିରଫ କରିଛନ୍ତି।

Leave a Reply

Your email address will not be published. Required fields are marked *