ପାଣି ଘେରରେ ଏବେବି ଅନେକ ଲୋକ

ସାଲେପୁର  : ଚାଲିଯାଇଛି ବର୍ଷା, କିନ୍ତୁ ଦେଇଯାଇଛି ଦୁଃଖ । ଅନେକ ଅଞ୍ଚଳ ଏବେବି ପାଣି ଘେରରେ । କଟକ ଜିଲ୍ଲା ସାଲେପୁର ବ୍ଲକର ବିଭିନ୍ନ ଅଞ୍ଚଳ ଏବେବି ପାଣି ଘେରରେ ରହିଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ଜୀବନ କାଟୁଛନ୍ତି । ଯାହାକୁ ନେଇ ସ୍ଥାନୀୟଲୋକଙ୍କ ମନରେ ଅସନ୍ତୋଷ ଦେଖାଦେଇଛି । ଖବର ଅନୁଯାୟୀ, ଲଘୁଚାପ ଜନିତ ଲଗାଣ ବର୍ଷାରେ ୮ ଦିନ ବିତିଯାଇଥିଲେ ମଧ୍ୟ ଏବେ ବି ସାଲେପୁର ବ୍ଲକର ଅନେକ ଅଞ୍ଚଳ ଜଳମଗ୍ନ ହୋଇ ରହିଛି। ସାଲେପୁର ବ୍ଳକର ଗୁଜରପୁର ପଞ୍ଚାୟତର ପୀରବଜାରର  ଅନେକ ଅଞ୍ଚଳ ଏବେ ପାଣି ଘେରରେ ଅଛନ୍ତି ଲୋକେ। ବର୍ଷାଜଳ ନିଷ୍କାସନ ନ ହେବାରୁ ଏଭଳି ସମସ୍ୟା ଦେଖା ଦେଇଛି। ଡ୍ରେନେଜ ବ୍ୟବସ୍ଥା ନଥିବାରୁ ଲୋକମାନଙ୍କୁ ଏଭଳି ଦୁର୍ଦ୍ଦଶା ଭୋଗିବାକୁ ପଡିଛି।  ଜନଜୀବନ ପ୍ରଭାବିତ ହେବା ସହ ଯାତାୟାତ ଠପ୍ ହୋଇଛି । ବର୍ଷାଜଳ ନିଷ୍କାସନ ହୋଇପାରୁନଥିବାରୁ ଜଳବନ୍ଦୀ ର ସମସ୍ୟା ଭୋଗୁଛନ୍ତୁ ଅଞ୍ଚଳବାସୀ। ଗାଁ ଦାଣ୍ଡରେ ଆଣ୍ଠୁଏ ପାଣି ଜମି ରହିଛି । ଜଲବନ୍ଦୀରେ ଭିତରେ ବହୁ ଅସୁବିଧାର ସମ୍ମୁଖୀନ ହୋଇ ଜୀବନ ଅତିବାହିତ କରୁଛନ୍ତି ଲୋକେ । ଘରେ ମଧ୍ୟ ବିଭିନ୍ନ ବିଷାକ୍ତ ଜନ୍ତୁ ପଶୁଛନ୍ତି।ଏଭଳି କି ପିଲାମାନଙ୍କୁ ବିଭିନ୍ନ ରୋଗ ବ୍ୟାପିଲାଣି। ସେପଟେ ବିପନ୍ନ ମାନଙ୍କ ପାଖରେ କୈଣସି ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା ତାଙ୍କ ପହଞ୍ଚି ନଥିବା ଅଭିଯୋଗ ହୋଇଛନ୍ତି। ତୁରନ୍ତ ପ୍ରଶାସନିକ ଅଧିକାରୀ କିମ୍ବା ରାଜନେତା  ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ସହାୟତା ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *