ଉତ୍ତରପ୍ରଦେଶର ଲକ୍ଷ୍ମୀପୁର ର ଚାଷୀ ନରସଂହାର ମୃତ୍ୟୁବରଣ ଚାଷୀଙ୍କୁ ଶ୍ରଦ୍ଧାଞ୍ଜଳୀ ଉଦ୍ଦେଶ୍ଯରେ ଆଜି ଖରିଆରରୋଡ ନଗର୍ ଯୁବ କଂଗ୍ରେସ ସଭାପତି ଆୟୁଷ ଗୁପ୍ତା ଙ୍କ ନେତୃତ୍ଵରେ ଜୈନ ମନ୍ଦିର ରୁ ରାମ ମନ୍ଦିର ପର୍ଯ୍ୟନ୍ତ ଏକ କେଣ୍ଡଲ ଯାତ୍ରା ଅନୁଷ୍ଠିତ ହୋଇଥିଲା l ମୃତ୍ୟୁବରଣ କରିଥିବା ଚାଷୀ ଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ ପାଇଁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ରାମମନ୍ଦିର ଠାରେ ୨ ମିନିଟ୍ ପର୍ଯ୍ୟନ୍ତ ନୀରବ ପ୍ରାର୍ଥନା କରାଯାଇଥିଲା l ଏହି ଶ୍ରଦ୍ଧାଞ୍ଜଳି ସଭାରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ଅଙ୍କିତ ସିଂଘାଇ, ରାଜ୍ୟ ସୋସିଆଲ୍ ମିଡିଆ କୋଡ଼ିନେଟର ଅନନ୍ତ ସୋନି, ନୂଆପଡ଼ା ବିଧାନସଭା ଯୁବ କଂଗ୍ରେସ ସଭାପତି ଶାହରୁଖ ଖାନ୍, ପିସିସି ସଦସ୍ୟ ମୋତି ରାୱଲ, ଜିଲ୍ଳା ଯୁବ କଂଗ୍ରେସ ସମ୍ପାଦକ ଜୟଦେବ ମାଝୀ, ଶିବ ନିଆଲ, ସନ୍ଦେଶ କେଶରୀୱାରି, ସୋହେଲ ଖାନ୍, ଶୁଭମ ସୋନି, ଅବତାଭ ଖାନ୍, ହରିଓମ୍ ସାହୁ, ପ୍ରଥମ ଗୁପ୍ତା, ଜିତେଶ ସାହୁ, ଭାସ୍କର ଯାଦବ ପ୍ରମୁଖ ଯୋଗ ଦେଇଥିଲେ l ନୂଆପଡ଼ା ଜିଲ୍ଲା ରୁ ପରମେଶ୍ବର ମେହେରଙ୍କ ରିପୋର୍ଟ
