ବଣାଇ: ରିପୋର୍ଟ (ଲୋକନାଥ ସାମଲ)
ଵଣାଇ ଉପଖଣ୍ଡ କୋଇଡା ବ୍ଲକ୍ ରେ ଆଜି ଭାରତୀୟ ଜନତା ପାର୍ଟି କୋଇଡା ମଣ୍ଡଳ ପକ୍ଷରୁମୁଖ୍ୟମନ୍ତ୍ରୀ ଙ୍କ କଳାହାଣ୍ଡି ଗସ୍ତ କୁ ବିରୋଧ ଏବଂ ମମିତା ମେହେର ହତ୍ୟାକାଣ୍ଡ ର ସିବିଆଇ ତଦନ୍ତ ଦାବୀ କରି ବିଜେପି କୋଇଡା ମଣ୍ଡଳ ପକ୍ଷରୁ କୋଇଡା ବ୍ଲକ ଘେରାଉ ଏବଂ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଘଟଣା ରେ ସମ୍ପୃକ୍ତି ଅଭିଯୁକ୍ତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ କୁଶ ପୁତ୍ତଳିକା ଦାହ କରାଗଲା।
ବିକ୍ଷୋଭ ପ୍ରଦର୍ଶନ ରେ ବିଜେପି ବଣାଇ ସାଙ୍ଗଠନିକ ଜିଲ୍ଲା, ସଭାପତି ଶ୍ରୀ ଅନୀଲ ବାର୍ଲା, ସାଧାରଣ ସମ୍ପାଦକ ଅଭିରାମ ମହାକୁଳ, ଜିଲ୍ଲା କୋଷାଧ୍ୟକ୍ଷ ଚେତନ ଦୀପ୍ତ ନାୟକ, ବିଜେପି କୋଇଡ଼ା ମଣ୍ଡଳ ସଭାପତି ମେଲୋରୀ ବାରିକ ,ମଣ୍ଡଳ ନେତୃମଣ୍ଡଳୀ ଯୁବମୋର୍ଚ୍ଚା ଓ ମହିଳା ମୋର୍ଚ୍ଚା ର କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।
