ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ଦ୍ଵାରା ଜଳେଶ୍ୱର ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ଡାଇମଣ୍ଡ ହୋଟେଲ ଉପରେ ଚଢ଼ାଉ କରି ପାଖାପାଖି ଅଢ଼େଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ , ଦୁଇ ମହିଳା ବେପାରୀ ସମେତ ଜଣେ ଯୁବକ ଗିରଫ , ଯୁବକ ଜଣକ ହେଲେ ମୁକ୍ତାର ଅଲ୍ଲୀ ଖାଁ ଥିବାବେଳେ ଗିରଫ ଦୁଇ ମହିଳା ହେଉଛନ୍ତି ମୁକ୍ତାର ଅଲ୍ଲୀ ଙ୍କ ସ୍ତ୍ରୀ ଓ ଶାଶୁ ବୋଲି ସୂଚନା ମିଳିଛି , ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳର ବ୍ରାଉନ ସୁଗାର କାରବାର ଜିଲ୍ଲା ତଥା ଜଳେଶ୍ୱର ପୋଲିସ ଏବଂ ଅବକାରୀ ବିଭାଗର ପାଇଁ ମୁଣ୍ଡ ବିନ୍ଧାର କାରଣ ସାଜିଛି , ତେବେ ଜଳେଶ୍ୱର ପୋଲିସ ଓ ଅବକାରୀ ବିଭାଗ ୩୫ ଜଣିଆ ଏକ ଟିମ ଜଳେଶ୍ୱର ଷ୍ଟେସନ ବଜାର ସ୍ଥିତ ହୋଟେଲ ଡାଇମଣ୍ଡ ଉପରେ ଚଢ଼ାଉ କରିଥିଲେ , ଚଢ଼ାଉ କରି ୨ କେଜି ୪୦୦ ଗ୍ରାମ ରୁ ଉର୍ଦ୍ଧ ବ୍ରାଉନ ସୁଗାର ଜବତ କରାଯାଇଛି , ଗିରଫ ଦୁଇ ମହିଳା ଏବଂ ଜଣେ ଯୁବକଙ୍କ ଠାରୁ ବ୍ରାଉନସୁଗା କାରବାର ର ଅଧିକ ସୁରାଗ ପାଇବା ପାଇଁ ଅବକାରୀ ଏବଂ ପୋଲିସ ପଚରାଉଚରା ଚଳାଇଛି ।
