ସୋର: ନିର୍ଭିକ ନିରପେକ୍ଷ ସମାଲଚୋନା ମୂଳକ ସମ୍ବାଦପତ୍ର ପ୍ରତିବାଦର ସ୍ୱର ଆନ୍ଦୋଳନ ଖବର କାଗଜର ଚତୁର୍ଥ ବାର୍ଷିକ ଉତ୍ସବ କୃଷ୍ଣଚନ୍ଦ୍ର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭା ଗୃହରେ ପାଳୀତ ହୋଇଯାଇଛି । ଉକ୍ତ ସଭାରେ ରାଜ୍ୟପାଳ ପୁରଷ୍କୃତ
ଅବସରପ୍ରାପ୍ତ ଶିକ୍ଷକ ନିରଞ୍ଜନ ପ୍ରସାଦ ବାରିକ ସଭାପରିଚାଳନା କରିଥିଲେ । ଅତିଥିଭାବେ ସମାଜସେବୀ ସୁବାସିନୀ ଜେନା , ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଦ୍ମଲୋଚନ ପଣ୍ଡା , ମହାନଦୀ ବଞ୍ଚାଅ ସମିତିର ସଭାପତି ତଥା ଜଳେଶ୍ୱର କଂଗ୍ରେସର ବିଧାୟକ ପ୍ରାର୍ଥୀ ସୁଦର୍ଶନ ଦାସ, କମ୍ୟୁନିଷ୍ଟ ନେତା ତଥା ଚିଟ୍ଫଣ୍ଡ ଜମାକାରୀଙ୍କୁ ଅର୍ଥ ଫେରସ୍ତ ଆନ୍ଦୋଳନର ମୁଖ୍ୟ ପୋରୁଧା ଜୟନ୍ତ ଦାସ,ବାଲେଶ୍ୱର ଜିଲା ଶାଖା ଉକ୍ରଳ ସାମ୍ବାଦିକ ସଙ୍ଘର ସଭାପତି ବ୍ରହ୍ମାନନ୍ଦ ସ୍ୱାଇଁ ଓ ସମ୍ପାଦକ ଲୋକନାଥ ଦଳେଇ ଯୋଗଦେଇ ନିଜ ବକ୍ତବ୍ୟରେ କହିଥିଲେକି ନିରେପେକ୍ଷ ସମ୍ବାଦ ପରିବେଣେ କରିବା ଓ କ୍ଷୁଦ୍ର ,ମଧ୍ୟମ ସମ୍ବାଦ ପତ୍ରକୁ ବଞ୍ଚାଇବା ଏକ ସମସ୍ୟା, ସୋସିଆଲ ମିଡିଆ ଯୁଗରେ ସମ୍ବାଦ ପରିବେଷଣ ସହଜ ଓ ସୁବିଧା ହୋଇପାରିଛି, ସଙ୍କଟରେ ସାମ୍ବାଦିକ ଏମାନଙ୍କୁ ସୁରକ୍ଷା ଦେବା ସରକାରଙ୍କ କର୍ତ୍ତବ୍ୟ, ତୃଣ ମୂଳସ୍ତରରୁ ସାମ୍ବାଦିକ ସମ୍ବାଦ ସଂଗ୍ରହ କରି ନର୍ଭିକ ସମ୍ବାଦ ପରିବେଷଣ ପରେ ତାହା କେବଳ ସାମ୍ବାଦିକ ପାଇଁ ପ୍ରମୁଖ ସମସ୍ୟା ହୋଇଥାଏ ସେତେ ବେଳେ ସାମ୍ବାଦିକଙ୍କୁ ସୁରକ୍ଷା ଆବଶ୍ୟକ ହୋଇଥାଏ । କ୍ଷୁଦ୍ର ଓ ମଧ୍ୟମ ସମ୍ବାଦ ପତ୍ର ବ୍ୟୟବହୁଳ ଯୁଗରେ ବଞ୍ଚାଇବା କେତେ କଷ୍ଟ ସମ୍ବାଦ ପତ୍ର ପ୍ରକାଶ କରୁଥିବା ପ୍ରକାଶକ ହିଁ ଜାଣିଥିବେ ବୋଲି ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ଅନ୍ଦୋଳନ ଖବର କାଗଜର ସମ୍ପାଦକ ସୁଧାଂଶୁ ଶେଖର ବାରିକ ଭଡା ଲାଗିଛି ଗଣ ମାଧ୍ୟମ ଶୀର୍ଷକ ଏକ ସମ୍ପାଦକୀୟ ପାଠ କରିଥିବା ବେଳେ ଆଗାମି ଦିନରେ ଗଣତନ୍ତ୍ର ପାଇଁ ବିପଦ ମାଡିଆସୁଛି ବୋଲି କହିଥିଲେ । ବାର୍ଷିକ ଉତ୍ସବରେ ପ୍ରତିବାଦର ସ୍ୱର ଆନ୍ଦୋଳନ ଖବର କାଗଜରେ ଏକ ନୂତନ ସଂସ୍କରଣ ଉନ୍ମୋଚନ କରାଯାଇଥିଲା । ଏହି ଅବସରରେ ସମାଜସେବୀ ଫ୍ରାନସିସ ବେକନ ସ ଙ୍କୁ ସମ୍ବଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ସିତାଂଶୁ ଶେଖର ବାରିକ, ଶୁଭମ ପ୍ରଧାନ, ଜୀବନ ଜ୍ୟୋତି ପରିଡା, ବାବୁଲା ରାଉତ, ସଂଜୟ ଦାସ ଓ ଗିରିଜା ଶେଖର ଧଡା, ନିଗମ କଳ୍ପତରୁ ଦାସ ପ୍ରମୁଖ ।
