ରେଙ୍ଗାଲିକ୍ୟାମ୍ପ: ଶନିବାର ଅପରାହ୍ନ ପ୍ରାୟ ଗୋଟାଏରେ ୫୩ ନମ୍ବର ଜାତୀୟ ରାଜପଥରେ ରେଙ୍ଗାଲିକେମ୍ପରୁ ଦେବାହାଳ ମଝିରେ ବରଗଡ଼ ଅଭିମୁଖେ ଯାଉଥିବା ଏକ ଅଟୋରେ ହଠାତ୍ ନିଆଁ ଲାଗି ଯାଇଥିଲା। ଅଟୋଟି ଚାଲୁଥିବା ଅବସ୍ଥାରେ ସଟ ସର୍କିଟ ହୋଇ ନିଆଁ ଲାଗି ଜଳିବାକୁ ଲାଗିଥିଲା। ଅଟୋ ଚାଳକ ଅଳ୍ପକେ ବାର୍ତ୍ତିଯାଇ ଓହ୍ଲାଇ ପଡ଼ି ଜୋରରେ ପlଟିକରି ସମସ୍ତଙ୍କୁ ଡାକିଥିଲେ। ଆଖ ପାଖର ଲୋକେ ଦୌଡ଼ିଆଡ଼ି ନିଆଁକୁ ଲିଭାଇବାକୁ ଚେଷ୍ଟା କଲେ କିନ୍ତୁ ନିଆଁ ଲିଭି ନ ଥିଲା। ଶେଷରେ ଅଗ୍ନିଶମ ବିଭାଗକୁ ଖବର ଦେବା ଫଳରେ ସେମାନେ ନିଆଁକୁ ଆୟତ୍ତ କରିପାରିଥିଲେ।
