ଵଣାଇଗଡ ରିପୋର୍ଟ( ଲୋକନାଥ ସାମଲ)
ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ବନଖଣ୍ଡ,ବାକିଂ ରେଞ୍ଜ ଅନ୍ତର୍ଗତ ଆମରୁଢି ଗ୍ରାମ ର ଜଣେ ମହିଳା କୁଂ ଦନ୍ତାହାତୀ ପାଦରେ ଦଳି ମାରି ଦେଇଥିବା ଜଣାପଡିଛି। ଘଟଣା ରୁ ପ୍ରକାଶ ଯେ ଆମରୁଢି ଗ୍ରାମ ର ଫୁଲମଣି ଲୁହୁରା ଗତକାଲି ଅପରାହ୍ନରେ ନିଜ ଚାଷ ଜମି କୁ ଧାନ ଆଣିବା ପାଇଁ ଯାଇଥିବା ସମୟରେ ହଠାତ୍ ଏକ ଦନ୍ତାହାତୀ ଆସି ତାଙ୍କୁ ଆକ୍ରମଣ କରିଥିଲା, ଫଳରେ ସେ ତଳେ ପଡିଯିବାରୁ ହାତୀ ଟି ତାଙ୍କ ମୁଣ୍ଡରେ ମାଡିଦେଇ ଚାଲିଯିବା ରୁ , ଘଟଣା ସ୍ଥଳରେ ମହିଳା କଂ ମୃତ୍ୟୁ ଘଟିଥିଲା। ପରିବାର ଲୋକଙ୍କଠାରୁ ଖବର ପାଇ ସଙ୍ଗେ ସଙ୍ଗେ ବନବିଭାଗ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି, ହାତୀ କୁ ଘ ଉଡ଼ାଇବାକୁ ଚେଷ୍ଟା କରିଥିଲେ। ଘଟଣା ସମ୍ପର୍କରେ କେ, ବଲାଙ୍ଗ ଥାନା କୁ ଖବର ଦେବା ରୁ ପୋଲିସ ଘଟଣାସ୍ଥଳରେ ପହଂଚି ଶବ କୁ ଜବତ କରିବା ସହିତ, ବ୍ୟବଚ୍ଛେଦ ନିମନ୍ତେ ଲହୁଣୀପଡ଼ା ଡାକ୍ତରଖାନା କୁ ପଠାଇଥିବାର ଜଣାପଡିଛି
