ଭାସିଗଲେ ୫ ପର୍ଯ୍ୟଟକ, ଜଣେ ମୃତ

ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ବେଳେ ଆଜି ୫ ଜଣ ପର୍ଯ୍ୟଟକ ଭାସି ଯାଇଛନ୍ତି। ସେଥିରୁ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଚାରି ଜଣଙ୍କୁ ଉଦ୍ଧାର କରାଯାଇଛି। ସମୁଦ୍ର ଅଶାନ୍ତ ଥିବାରୁ ଆଜି ଏଭଳି ଅଘଟଣ ଘଟିଛି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି। ମୃତ ଦେହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି। କାଲି ପୂର୍ଣ୍ଣିମା ଥିବାରୁ ଆଜି ସମୁଦ୍ର ଅଶାନ୍ତ ଏବଂ ଅଧିକ ଜୁଆରିଆ ରହିଛି। ମୃତ ପର୍ଯ୍ୟଟକଙ୍କ ନାମ ଅନୁପମ ମଣ୍ଡଳ ଏବଂ ବୟସ ୧୬ ବୋଲି ପୋଲିସ ସୂଚନା ଦେଇଛି। ତାଙ୍କ ଘର ପଶ୍ଚିମବଙ୍ଗର ହାଓଡ଼ା ଅଞ୍ଚଳରେ ବୋଲି ଜଣା ପଡିଛି। ଅନ୍ୟପକ୍ଷରେ ଏବେ ଆଉ ଜଣେ ପର୍ଯ୍ୟଟକ ଭାସି ଯାଇଥିବା ସୂଚନା ମିଳିଛି। ତାଙ୍କୁ ଉଦ୍ଧାର କରିବା ପାଇଁ ଲାଇଫ ଗାର୍ଡ ଉଦ୍ୟମ ଚଳାଇଛନ୍ତି।

Leave a Reply

Your email address will not be published. Required fields are marked *