ଡ୍ୟୁଟିକୁ ଯାଉଥିବା ବେଳେ ଚାଲିଗଲା ଜୀବନ

ରାଉରକେଲା : ଘରୁ ବାହାରିଥିଲେ ଡ୍ୟୁଟିକୁ , ହେଲେ ଆଉ ଫେରିଲେନି । ରାସ୍ତାରେ ଯେମିତି ଜଗିବସିଥିଲା ଯମ । ଦୁର୍ଘଟଣାରେ ଚାଲିଗଲା ଜଣଙ୍କ ଜୀବନ । ରାଉରକେଲା ବନ୍ଧମୁଣ୍ଡା ଥାନା ଡି.କେବିନ ଛକ ନିକଟରେ ଘଟିଛି ଦୁର୍ଘଟଣା ।

ଖବର ଅନୁଯାୟୀ, ମହେଶ ପ୍ରତିଦିନ ପରି ଆଜି ନିଜ ଡ୍ୟୁଟିକୁ ଯାଉଥିଲେ । ହେଲେ ହଠାତ୍‌ ବନ୍ଧମୁଣ୍ଡା ଥାନା ଡି.କେବିନ ଛକ ନିକଟରେ ଏକ ପିକ୍‌ ଅପ୍‌ ବାଇକ୍‌କୁ ଜୋରଦାର ଧକ୍କା ଦେଇଥିଲା । ଯାହାଫଳରେ ବାଇକ୍‌ଟି ଛିଟିକି ପଡିଥିଲା । ଏହି ଦୁର୍ଘଟଣାରେ ରେଲଓ୍ୱ କର୍ମଚାରୀ ମହେଶ ସିଙ୍ଗଙ୍କର ମୃତ୍ୟୁ ହୋଇଯାଇଛି । ଦୁର୍ଘଟଣା ସଂପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ମେଡିକାଲକୁ ପଠାଇଛି ।

Leave a Reply

Your email address will not be published. Required fields are marked *