ପୁଅକୁ ଝୁରୁଛନ୍ତି ମାଆ : ଶୁଣାଣି ପରେ ମନ୍ନତ ଯିବେ ନା ଜେଲ୍‌ ଯିବେ ଉଠିଲା ପ୍ରଶ୍ନ…

ମୁମ୍ବାଇ : କ୍ରୁଜ୍ ଡ୍ରଗ୍ସ ପାର୍ଟି ମାମଲାରେ ଗିରଫ ହୋଇଥିବା ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍‌ଙ୍କ ର ଆଜି  ପୁଣି କୋର୍ଟରେ ହାଜର ହେବେ। ଏହି ମାମଲାରେ ମୁମ୍ବାଇ କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଆର୍ଯ୍ୟନଙ୍କ ସମେତ ଆଠ ଜଣ ଅଭିଯୁକ୍ତ୧୪ ଦିନ ପାଇଁ ନ୍ୟାୟିକ ଜେଲରେ ଅଛନ୍ତି। ତେବେ ତାଙ୍କ ନିକଟରୁ କୌଣସି ଡ୍ରଗ୍ସ ଉଦ୍ଧାର କରାଯାଇ ନାହିଁ ବୋଲି ଆର୍ଯ୍ୟନ୍ ଖାନଙ୍କ ଓକିଲ ସତୀଶ କହିଛନ୍ତି। ଏଥି ସହିତ ସ୍ବତନ୍ତ୍ର ଏନଡିପିଏସ କୋର୍ଟ ଏହି ମାମଲାର ଶୁଣାଣି କରିବେ।

ଶାହରୁଖ ଖାନଙ୍କ ପତ୍ନୀ ଏବଂ ଗୌରୀ ଖାନଙ୍କ ଆଜି ୫୧ ତମ ଜନ୍ମଦିନ। ଏଥି ସହିତ ଆଜି ଆର୍ଯ୍ୟନ ଖାନଙ୍କର ମଧ୍ୟ ଜାମିନ ଶୁଣାଣି । ଏଭଳି ପରିସ୍ଥିତିରେ କୋର୍ଟଙ୍କ ନିଷ୍ପତ୍ତି କ’ଣ ହେବ ତାହା ଦେଖିବାକୁ ବାକି ରହିଲା।ତେବେ  ଆର୍ଯ୍ୟନ ତାଙ୍କ ମାଆଙ୍କ ଜନ୍ମ ଦିନରେ ମନ୍ନତକୁ ଯିବେ ନା ତାଙ୍କୁ ଜେଲରେ ରଖାଯିବ, କୋର୍ଟଙ୍କ ଆଦେଶ ଅନୁଯାୟୀ ଏହିସବୁ ନିଷ୍ପତ୍ତି ନିଆଯିବ।

Leave a Reply

Your email address will not be published. Required fields are marked *