ପଡିଛି ମହିଳାଙ୍କ ମୃତଦେହ, ହତ୍ୟା ନା ଆଉ କିଛି ?

କରଞ୍ଜିଆ : ମହିଳାଙ୍କ ମୃତଦେହ ଉଦ୍ଧାର ।ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କ ପରିଚୟ ମିଳିପାରାନାହିଁ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି । ମୟୁରଭଞ୍ଜ ଜିଲ୍ଲା ଯଶୀପୁର ବସ୍‌ଷ୍ଟାଣ୍ଡ ନିକଟରୁ ଘଟିଛି ଘଟଣା ।

ଖବର ଅନୁଯାୟୀ, ଯଶୀପୁର ବସ୍‌ ଷ୍ଟାଣ୍ଡ ଲକ୍ଷ୍ମୀମଣ୍ଡପ ନିକଟରୁ ଏକ ମହିଳାଙ୍କ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ଏହାପରେ ସ୍ଥାନୀୟଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳର ପହଞ୍ଚି ମୃତଦେହକୁ ଜବତ କରି ଛାନ୍‌ଭିନ୍‌ ଆରମ୍ଭ କରିଛି । ପୋଲିସ ତଦନ୍ତରୁ ମହିଳା ଜଣଙ୍କ ମାନସିକ ବିକୃତ ଥିବା ସୂଚନା ରହିଛି । ହେଲେ କିଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲେ, ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ପୋଲିସ ତଦନ୍ତ ରିପୋର୍ଟ ଆସିବା ପରେ ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସ୍ଥାନୀୟ ଲୋକେ ଆଶା କରିଛନ୍ତି ।

Leave a Reply

Your email address will not be published. Required fields are marked *