ମୁମ୍ବଇ ରେ କୋଠା ଭୁଶୁଡି ୮ ମୃତ

 

ମୁମ୍ବଇ : ମହାରାଷ୍ଟ୍ରର ମୂମ୍ବଇ ନିକଟ ଭିୱାଣ୍ଡିରେ ଏକ ତିନି ମହଲା କୋଠା ଭୁଶୁଡି ପଡ଼ିଛି। ଏହି ଘଟଣା ରାତି ପ୍ରାୟ ୩ଟା ୩୦ ସମୟରେ ଘଟିଥିଲାବେଳେ ଏଥିରେ ଏପର୍ଯ୍ୟନ୍ତ ୮ ଜଣଙ୍କର ମୃତ୍ୟୁ ହୋଇଛି। ଭଗ୍ନାବଶେଷ ତଳୁ ୨୫ ଜଣଙ୍କୁ ଉଦ୍ଧାର କରାଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୫୦-୬୦ ଜଣ ଫସିରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ପାଇଁ ଏନଡ଼ିଆରଏଫର ଦୁଇଟି ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହିଛି। ଏଠାରେ କ୍ଷମତାଠାରୁ ଅଧିକ ଲୋକ ରହୁଥିବାରୁ ପୂର୍ବରୁ ଏହି କୋଠାକୁ ପୌରପାଳିକା ପକ୍ଷରୁ ମଧ୍ୟ ନୋଟିସ୍ ଜାରି କରାଯାଇଥିଲା। ଏହି କୋଠାଟି ୧୯୮୪ରେ ନିର୍ମାଣ ହୋଇଥିଲାବେଳେ ଏଠାରେ ୨୧ ପରିବାର ବସବାସ କରୁଥିଲେ।

Leave a Reply

Your email address will not be published. Required fields are marked *