ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନାବାଲା ଏବେ ଆକ୍ସନମୋଡ୍ ରେ ଅଛନ୍ତି ।ଇନ୍ଦିରାବତିରୁ ନବରଙ୍ଗପୁର ଜିବା ମୁଖ୍ୟ ରାସ୍ତା ରେ କଡାକଢି କରାଯାଉଛି ଚେକିଙ୍ଗ୍ । ଯିଏ ବି ଅମାନିଆ ହେବେ ଏଥର ଷାବାଡ୍ କରାଯିବ । ତେନ୍ତୁଳିଖୁଣ୍ଟିରୁ ପ୍ରାୟ ୧୬ କିମି ଦୁରରେ ମୁଶା ମୁଣ୍ଡିଗୁଢା ଛକରେ, ପ୍ରମୋଦ କୁମାର ନାୟକଙ୍କ ନେତୃତ୍ବରେ ହେଲମେଟ ଓ ମାକ୍ସର କଡାକଡି ଚାଲିଛି ଯାଞ୍ଚ ।ଯଦି କେହିବି ବିନା ହେଲମେଟ ବା ବିନା ମାକ୍ସ ରେ ଆସନ୍ତି ତେବେ ଦେବାକୁ ପଡିବ ମୋଟା ଅଙ୍କର ଫାଇନ୍ ।
ଏତେ ଲୋକ ପରିବାର ବର୍ଗଙ୍କ ସହିତ ହଇରାଣ ହେବା ସହ ବହୁ ଲୋକଙ୍କ ଜୀବନ ହାନି ପରେବି ଲୋକଙ୍କ ଭିତରେ ସୁଧାର ଆସୁନି । ମତେ ଯେତେ ମାଠିବୁ ମାଠ୍ ମୁଁ ସେଇ ଦରପୋଡା କାଠ୍ ରୀତିରେ ପରିଚାଳିତ ହେଉଛନ୍ତି ଜନସାଧାରଣ । ତେବେ ଆଗକୁ ସାବଧାନ ? ଫାଇନ୍ ଟଙ୍କା ଧରି ଅମାନିଆ ହେଇ ବାହାରକୁ ବାହାରନ୍ତୁ । ଫାଇନ୍ ବି ଗଣିବେ ତା ସହିତ ପ୍ରସାଦ ପାଇ ଘରକୁ ଆସି ନିଜର ଭୂଲ ପାଇଁ କାନମୁଁଣ୍ଡା ଆଉଁସିବେ ।
